ମନୋରଞ୍ଜନ

Ramayana: ବକ୍ସ ଅଫିସ୍‌ରେ ‘ରାମାୟଣ’ର ରେକର୍ଡ: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪ କୋଟି ଟପିଲା

ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ପରଠାରୁ ଫିଲ୍ମଟି ଲଗାତାର ଭଲ ଆୟ କରିବା ସହ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ମାତ୍ର ୧୨ ଦିନ ମଧ୍ୟରେ ଏହାର ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି ଟଙ୍କାରେ ପହଞ୍ଚିଛି।

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାମାୟଣ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ ପରଠାରୁ ଫିଲ୍ମଟି ଲଗାତାର ଭଲ ଆୟ କରିବା ସହ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ମାତ୍ର ୧୨ ଦିନ ମଧ୍ୟରେ ଏହାର ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ସଫଳତା ସହ ଫିଲ୍ମଟି ଅନେକ ବଡ଼ ବଲିଉଡ୍‌ ଚଳଚ୍ଚିତ୍ରର ଆୟକୁ ପଛରେ ପକାଇ ଦେଇଛି।

ପ୍ରଥମ ସପ୍ତାହରେ ମଧ୍ୟ ଫିଲ୍ମଟିର ପ୍ରଦର୍ଶନ ଅତ୍ୟନ୍ତ ଦମ୍‌ଦାର ରହିଥିଲା। ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୨ ତାରିଖରେ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଭାରତରେ ଏହା ୫୬୪ କୋଟି ଟଙ୍କା ଆୟ କରିଥିଲା। ଖାସ୍‌ କଥା ହେଉଛି, ପ୍ରଥମ ସପ୍ତାହରେ ସୋମବାର ଦିନ ଏକ ହିନ୍ଦୀ ଚଳଚ୍ଚିତ୍ର ଭାବେ ସର୍ବାଧିକ ଆୟର ରେକର୍ଡ ମଧ୍ୟ ଏହା ନିଜ ନାମରେ କରିଥିଲା। ମଙ୍ଗଳବାର ଓ ବୁଧବାର ମଧ୍ୟ ଏହାର ଆୟ ଉତ୍ସାହଜନକ ରହିଥିଲା।

ଲୋକପ୍ରିୟତା କମିନାହିଁ
ଦ୍ୱିତୀୟ ସପ୍ତାହରେ ମଧ୍ୟ ଫିଲ୍ମର ଲୋକପ୍ରିୟତା କମିନାହିଁ। ଅଷ୍ଟମ ଦିନରେ ଏହା ୫୩.୫୦ କୋଟି ଟଙ୍କା ଆୟ କରିଥିବାବେଳେ ଶୁକ୍ରବାର ୪୮ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଶନିବାର ଦିନ ଆୟରେ ବଡ଼ ବୃଦ୍ଧି ଦେଖାଯାଇଥିଲା। ଏହି ଦିନ ଫିଲ୍ମଟି ୭୨.୯୦ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ରବିବାର ଅର୍ଥାତ୍‌ ୧୧ତମ ଦିନରେ ଏହାର ଆୟ ୭୫ କୋଟି ଟଙ୍କା ରହିଥିଲା।

୧୨ତମ ଦିନର ତଥ୍ୟ ଅନୁଯାୟୀ, ଭାରତରେ ଫିଲ୍ମର ମୋଟ ନେଟ୍‌ କଲେକ୍ସନ ୭୬୧.୧୨ କୋଟି ଟଙ୍କା ହୋଇଥିବାବେଳେ ଗ୍ରସ୍‌ କଲେକ୍ସନ ୯୦୯.୬୧ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ବିଦେଶରେ ଏହା ୪୭୫.୫୦ କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଫିଲ୍ମର ବିଶ୍ୱବ୍ୟାପୀ ମୋଟ ଆୟ ୧୩୮୪.୫୦ କୋଟି ଟଙ୍କା ହୋଇଛି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିଛନ୍ତି। ଏହାବ୍ୟତୀତ ସନ୍ନି ଦେଓଲ, ଅରୁଣ ଗୋଭିଲ ଓ ଲାରା ଦତ୍ତାଙ୍କ ଭଳି କଳାକାର ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button