ରାଜ୍ୟ

Mysterious Death: ବନ୍ଧମୁଣ୍ଡାରେ ରେଳବାଇ କ୍ୱାର୍ଟର୍ସ ଭିତରୁ ମହିଳାଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, କୋଲକାତାରୁ ଆସୁଛନ୍ତି ସ୍ବାମୀ

ସୁନ୍ଦରଗଡ ଜିଲ୍ଲାର ବନ୍ଧମୁଣ୍ଡାର ଏ-ସେକ୍ଟର ସ୍ଥିତ ରେଳବାଇ କ୍ୱାର୍ଟର୍ସ ନମ୍ବର ୫୨ରେ ଜଣେ ମହିଳାଙ୍କ ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ମହିଳାଙ୍କ ପରିଚୟ ରୋଶନୀ କୁମାରୀ (୩୫) ବୋଲି ଜଣାପଡ଼ିଛି।

ସୁନ୍ଦରଗଡ,ବନ୍ଧମୁଣ୍ଡା(ଦେବ କୁମାର ଦେ): ସୁନ୍ଦରଗଡ ଜିଲ୍ଲାର ବନ୍ଧମୁଣ୍ଡାର ଏ-ସେକ୍ଟର ସ୍ଥିତ ରେଳବାଇ କ୍ୱାର୍ଟର୍ସ ନମ୍ବର ୫୨ରେ ଜଣେ ମହିଳାଙ୍କ ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ମହିଳାଙ୍କ ପରିଚୟ ରୋଶନୀ କୁମାରୀ (୩୫) ବୋଲି ଜଣାପଡ଼ିଛି। ସେ ରେଳବାଇ କର୍ମଚାରୀ ବିନୟ ସାହାନୀଙ୍କ ପତ୍ନୀ ଅଟନ୍ତି।

ପୁଅ ଭୟଭୀତ ହୋଇପଡ଼ିଥିଲା

ମିଳିଥିବା ସୂଚନା ଅନୁଯାୟୀ, ବିନୟ ସାହାନୀ ଭାଲୁଲତା ରେଳବାଇ ଷ୍ଟେସନରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଦୁଇ ଦିନ ପୂର୍ବରୁ ସେ ନିଜର କୋଲକାତା ସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ରୋଶନୀ କୁମାରୀ ନିଜର  ପୁଅ ଏବଂ ଝିଅ ସହ ବନ୍ଧମୁଣ୍ଡା ସ୍ଥିତ ରେଳବାଇ କ୍ୱାର୍ଟର୍ସରେ ରହୁଥିଲେ। ମାତ୍ର ଆଜି ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଘରେ ଥିବା ୮ ବର୍ଷର ଶିଶୁପୁତ୍ର ନିଜ ମାଆଙ୍କଠାରେ କୌଣସି ଚଳପ୍ରଚଳ ଦେଖିବାକୁ ପାଇନଥିଲା। ବାରମ୍ବାର ଡାକିବା ସତ୍ତ୍ୱେ ମାଆ କୌଣସି ଉତ୍ତର ନଦେବାରୁ ପୁଅ ଭୟଭୀତ ହୋଇପଡ଼ିଥିଲା। ଶେଷରେ ସେ ଘରୁ ବାହାରି ପଡ଼ୋଶୀଙ୍କ ଘରର କବାଟ ବାଡ଼େଇ ସେମାନଙ୍କୁ ନିଦରୁ ଉଠାଇଥିଲା। ନିଜ ମାଆ ଦୀର୍ଘ ସମୟ ଧରି କୌଣସି ପ୍ରତିକ୍ରିୟା ଦେଉନଥିବା କଥା ପଡ଼ୋଶୀଙ୍କୁ ଜଣାଇଥିଲା।

ଶିଶୁଟିର କଥା ଶୁଣି ପଡ଼ୋଶୀମାନେ ତୁରନ୍ତ ଘରେ ପହଞ୍ଚି ରୋଶନୀ କୁମାରୀଙ୍କୁ ଉଦ୍ଧାର କରି ବଣ୍ଡାମୁଣ୍ଡା ରେଳବାଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଉପସ୍ଥିତ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାର ସୂଚନା ପାଇବା ପରେ ତାଙ୍କ ସ୍ୱାମୀ ବିନୟ ସାହାନୀ କୋଲକାତାରୁ ତୁରନ୍ତ ସଡ଼କ ପଥରେ ରାଉରକେଲା ଅଭିମୁଖେ ବାହାରିଥିବା ଜଣାପଡ଼ିଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

ଅନ୍ୟପକ୍ଷରେ, ହସ୍ପିଟାଲ ପକ୍ଷରୁ ଏହି ଘଟଣା ସମ୍ପର୍କରେ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦିଆଯାଇଛି। ମହିଳାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ପହଞ୍ଚିବା ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button