ମନୋରଞ୍ଜନ
ମହିଳାଙ୍କୁ ସମର୍ଥନ କରି ଦଣ୍ଡିତ
ମହିଳାଙ୍କ ପାଇଁ ସ୍ବର ଉଠାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍ ଅଭିନେତା ବିବେକ ଓବେରଏ। ନିକଟରେ ‘ରିଲର୍ଣ୍ଣ ଉଇଥ୍ କାସ୍’ ପଡ୍କାଷ୍ଟରେ ଯୋଗ ଦେଇ ବିବେକ ନିଜେ ଏକଥା ପ୍ରକାଶ କରିଛନ୍ତି।

ମହିଳାଙ୍କ ପାଇଁ ସ୍ବର ଉଠାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍ ଅଭିନେତା ବିବେକ ଓବେରଏ। ନିକଟରେ ‘ରିଲର୍ଣ୍ଣ ଉଇଥ୍ କାସ୍’ ପଡ୍କାଷ୍ଟରେ ଯୋଗ ଦେଇ ବିବେକ ନିଜେ ଏକଥା ପ୍ରକାଶ କରିଛନ୍ତି। ପରଦାରେ ଭଲ ପ୍ରଦର୍ଶନ ସତ୍ତ୍ବେ ୨୦୦୩-୦୪ ମସିହାର ବିବାଦ ତାଙ୍କ କ୍ୟାରିୟର୍କୁ ନଷ୍ଟ କରିଦେଇଥିଲା ବୋଲି ବିବେକ ଅଭିଯୋଗ ଆଣିଛନ୍ତି।
କାହାର ନାମ ନନେଇ ବଲିଉଡ୍ର ଦୁଇ ପ୍ରସିଦ୍ଧ ପ୍ରେମୀଯୁଗଳଙ୍କ ବ୍ୟକ୍ତିଗତ ବ୍ୟାପାର ହେତୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ମାମଲାରେ ଅଭିନେତ୍ରୀଜଣକ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ନିର୍ଯାତିତ ହେଉଥିବା ଅନୁଭବ କରି ବିବେକ ସ୍ବର ଉଠାଇଥିଲେ, ଯାହାର ପରିଣାମ ସେ ସମୟରେ ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା।
ସୌଜନ୍ୟ ସମ୍ବାଦ




