ରାଜ୍ୟ
Land caves in again in Talcher: ତାଳଚେରରେ ପୁଣି ଧସିଲା ମାଟି: ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି, ଭୟଭୀତ ହାଣ୍ଡିଧୁଆବାସୀ
ତାଳଚେରରେ ଭୂଗର୍ଭ ସୁରକ୍ଷାକୁ ନେଇ ପୁଣି ଉଦ୍ବେଗ ପ୍ରକାଶ ପାଇଛି। ହାଣ୍ଡିଧୁଆ ଅଞ୍ଚଳରେ ଗତକାଲି ରାତିରେ ପୁଣି ମାଟି ଧସି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏହି ଗର୍ତ୍ତକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି।

ତାଳଚେର: ତାଳଚେରରେ ଭୂଗର୍ଭ ସୁରକ୍ଷାକୁ ନେଇ ପୁଣି ଉଦ୍ବେଗ ପ୍ରକାଶ ପାଇଛି। ହାଣ୍ଡିଧୁଆ ଅଞ୍ଚଳରେ ଗତକାଲି ରାତିରେ ପୁଣି ମାଟି ଧସି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀରର ଏହି ଗର୍ତ୍ତକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜନସାଧାରଣଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ହାଣ୍ଡିଧୁଆ ଅଞ୍ଚଳରେ ପୂର୍ବରୁ ମାଟି ଧସିଥିବା ଏକ ଜମି ନିକଟରେ ହଠାତ୍ ପୁଣି ମାଟି ଧସିଥିଲା। ଏଥିରେ ପ୍ରାୟ ୨୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ସୌଜନ୍ୟ ସମ୍ବାଦ




