ରାଜ୍ୟ

Puri: ଶ୍ରୀମନ୍ଦିରରେ ଗୋଡ଼ ଖସି ପଡ଼ିଲେ ଦର୍ପଣିଆ ସେବାୟତ, ରକ୍ତ ଛିଟା ପଡ଼ିବାରୁ ହେଲା ବଡ଼ମହାସ୍ନାନ

ଶ୍ରୀମନ୍ଦିରରେ ଅଘଟଣ । ଗୋଡ଼ ଖସି ପଡ଼ି ଜଣେ ଦର୍ପଣିଆ ସେବାୟତ ଆହତ ହୋଇଛନ୍ତି। କଳାହାଟ ଦ୍ୱାର ପାଖରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀମନ୍ଦିରରେ ବଡ଼ମହାସ୍ନାନ କରାଯାଉଛି।

ପୁରୀ: ଶ୍ରୀମନ୍ଦିରରେ  ଅଘଟଣ । ଗୋଡ଼ ଖସି ପଡ଼ି ଜଣେ ଦର୍ପଣିଆ ସେବାୟତ ଆହତ ହୋଇଛନ୍ତି। କଳାହାଟ ଦ୍ୱାର ପାଖରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀମନ୍ଦିରରେ ବଡ଼ମହାସ୍ନାନ କରାଯାଉଛି। ଏହାଫଳରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆହତ ସେବାୟତ ହେଉଛନ୍ତି ବାଲିସାହି ବରାହୀଲେନର ମଦନ ମୋହନ ବେଜ l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳ ଆଳତି ପରେ ଅବକାଶ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଳାହାଟ ଦ୍ୱାର ପାଖରେ ହଠାତ୍ ମଦନଙ୍କ ଗୋଡ଼ ଖସି ଯାଇଥିଲା। ସେ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବଡ଼ମହାସ୍ନାନ ପରେ ପୁଣି ଦର୍ଶନ ଆରମ୍ଭ ହେବ |

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button