ରାଜ୍ୟ

ବଡ଼ଓଷାରେ ବାବା ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଚୌଦ୍ୱାର-ଗୁରୁଡ଼ିଝାଟିଆ,୨୩/୧୧: ପ୍ରସିଦ୍ଧ  ଶୈବପୀଠ ଧବଳେଶ୍ୱରରେ ରବିବାର ବଡ଼ଓଷା  ଅନୁଷ୍ଠିତ ହୋଇଛି । ଏହି ଅବସରରେ ବାବା  ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦର୍ଶନ ସହ ଗଜଭୋଗ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଆଜ ସକାଳୁ ବାବ ଧବଳେଶ୍ବରଙ୍କ ହରି ହର ବେଶ ନୀତି ଅନୁଷ୍ଠିତ ହେଉଛି। ଦୁର୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି

ରବିବାର ଅପରାହ୍ନରୁ ପୀଠକୁ ଶ୍ରଦ୍ଧାଳୁଙ୍କ  ଲମ୍ବା ଧାଡ଼ି ଲାଗି ରହିଥିଲା । କଟକ, ଚୌଦ୍ୱାର  ଓ ଆଠଗଡ଼ ରାସ୍ତା ଦେଇ ପୀଠକୁ ଛୁଟିଥିଲା  ଶ୍ରଦ୍ଧାଳୁଙ୍କ ଗାଡ଼ି । ନୂଆପାଟଣା ଚହଟା ଘାଟରୁ ଧବଳେଶ୍ୱର ରାସ୍ତା ଜନସମୁଦ୍ରରେ ପରିଣତ  ହୋଇଥିଲା । ରବିବାର ରାତି ସୁଦ୍ଧା ପୀଠରେ  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଚୌଦ୍ୱାର  ଏସ୍‌ଡିପିଓ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।  ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ  ପ୍ରକମ୍ପିତ  ହୋଇଥିଲା ପୀଠ । ପୀଠ ପରିସର, ମନ୍ଦିର ଦକ୍ଷିଣ  ପାଶ୍ୱ ର୍, ବୁଢ଼ାଲିଙ୍ଗ ପାଶ୍ୱ ର୍ ଓ ଅଭ୍ୟର୍ଥନା କେନ୍ଦ୍ର  ପଡ଼ିଆରେ ଶ୍ରଦ୍ଧାଳୁ ଠୁଳ ହୋଇଥିଲେ । ସକାଳୁ  ଆସିଥିବା ଭକ୍ତ ବାବାଙ୍କୁ ଦର୍ଶନ କରି ବ୍ରତ ପାଳନ  କରି ସାଙ୍ଗରେ ଆଣିଥିବା ଚାଉଳ,  ପନିପରିବାରେ  ଖାଦ୍ୟ ପ୍ରସ୍ତୁତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ  କରି ଖାଇଥିଲେ । ରାତି ତମାମ ପୀଠରେ ଉଜାଗର  ରହି ବଡ଼ସିଂହାର ବେଶ ଦର୍ଶନ କରିବା ସହ  ଗଜ ଭୋଗ ନେଇ ସୋମବାର ପ୍ରତ୍ୟୁଷରୁ ଘରକୁ  ଫେରିବେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button