ଜାତୀୟ

India Satellite Manufacturing: ମହାକାଶ ହବ୍ ହେବା ସ୍ୱପ୍ନରେ ବାଧା ! ସାଟେଲାଇଟ୍ ଉପକରଣ ପାଇଁ ୧୬ ମାସ ଅପେକ୍ଷା

ନୂଆଦିଲ୍ଲୀ, ୨୭।୧୧: ଭାରତର ମହାକାଶ ଉଦ୍ୟୋଗ ଜଟିଳ ଉପକରଣ, ଉଚ୍ଚ-ସ୍ତରୀୟ ପ୍ରଣାଳୀ ଓ ସ୍ୱତନ୍ତ୍ର ସାମଗ୍ରୀ ନିମନ୍ତେ ବିଦେଶୀ ଯୋଗାଣ ଉପରେ ମୁଖ୍ୟତଃ ନିର୍ଭରଶୀଳ । ଏହି କ୍ରମରେ ସାଟେଲାଇଟ୍‌ ନିର୍ମାଣ କ୍ଷେତ୍ରରେ ଦେଶର ଗ୍ଲୋବାଲ ହବ୍‌ ହେବାର ଅଭିଳାଷ ବଡ଼ ଆହ୍ୱାନର ସମ୍ମୁଖୀନ ହେଉଛି । ଇନ୍‌-ସ୍ପେସ୍‌ର ଏକ ରିପୋର୍ଟ ଦର୍ଶାଇଛି, ଦୀର୍ଘ ସମୟ ଧରି ଚାଲିଥିବା କ୍ରୟ ପ୍ରକ୍ରିୟା, ସୀମିତ ଉତ୍ପାଦନ କ୍ଷମତା ଓ ପର୍ଯ୍ୟାପ୍ତ ପରୀକ୍ଷଣ ଭିତ୍ତିଭୂମିର ଅଭାବ ଏହି ଉଦ୍ୟୋଗକୁ ପଛରେ ପକାଇବାର ମୁଖ୍ୟ କାରଣ । ସପ୍ଲାଇ ଚେନ୍‌ ଲାଣ୍ଡସ୍କେପ୍‌ ଅଫ୍‌ ସାଟେଲାଇଟ୍‌ ମାନୁଫ୍ୟାକ୍‌ଚରିଂ ଇନ୍‌ ଇଣ୍ଡିଆ ଶୀର୍ଷକ ଏହି ରିପୋର୍ଟ ଦର୍ଶାଇଛି, ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍‌ ଉପକରଣର ସଂଗ୍ରହରେ ପ୍ରାୟତଃ ୧୨-୧୬ ମାସ ସମୟ ଲାଗିଥାଏ, ଯେଉଁଥିପାଇଁ ପ୍ରୋଜେକ୍ଟରେ ବିଳମ୍ବ ହେଉଛି, ଖର୍ଚ୍ଚ ବଢୁଛି ଏବଂ ବଜାର ଅବସର ପ୍ରତି ପ୍ରତିକ୍ରିୟା ହ୍ରାସ ହେଉଛି । ଶସ୍ତା ସାଟେଲାଇଟ୍‌ ଉତ୍‌କ୍ଷେପଣ ମଞ୍ଚ ପ୍ରଦାନକାରୀ ଭାବେ ଭାରତ ନିଜକୁ ପ୍ରତିଷ୍ଠା କରିଛି ଏବଂ ସ୍ୱଦେଶୀ ମହାକାଶ ଟେକ୍ନୋଲୋଜିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛି । ତଥାପି ବୈଶ୍ୱିକ ଉପଗ୍ରହ ଉତ୍ପାଦ ଯୋଗାଣ ଶୃଙ୍ଖଳାରେ ଏହାର ସ୍ଥାନ ସୀମିତ ।

ସଦ୍ୟ ରିପୋର୍ଟ ଅନୁସାରେ, ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ଉଚ୍ଚସ୍ତରୀୟ ଉପ-ପ୍ରଣାଳୀ ଏବେ ବି ବିଦେଶରୁ ଆମଦାନି ହେଉଛି । ଇସ୍ରୋ ନିଜର ସ୍ୱଦେଶୀ ଉପକରଣ ନିର୍ମାଣ ଲାଗି ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷେ, ଘରୋଇ କମ୍ପାନି ପ୍ରାୟତଃ ପ୍ରସିଦ୍ଧ ଯୋଗାଣ ସଂସ୍ଥାରୁ ପ୍ରମାଣିତ ଉପ-ପ୍ରଣାଳୀ ଆମଦାନି ଉପରେ ନିର୍ଭର କରୁଛନ୍ତି । ରିପୋର୍ଟରେ ସାଟେଲାଇଟ୍‌ ନିର୍ମାଣର ଖର୍ଚ୍ଚ ଉପରେ ଚିନ୍ତା ପ୍ରକଟ କରିଛି । ଇଲେକ୍ଟ୍ରୋନିକ୍‌, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋକେମିକାଲ (ଇଇଇ) ଉପାଦାନ ଏକ ପାରମ୍ପରିକ ସାଟେଲାଇଟ୍‌ ମୂଲ୍ୟର ହାରାହାରି ୫୦ ପ୍ରତିଶତ ହୋଇଥିବା ବେଳେ ଘରୋଇ ନିର୍ମାଣ କ୍ଷେତ୍ରରେ ଜଟିଳ ଦିଗ ରୂପେ ଉଭା ହୋଇଛି । ବଳକା ଖର୍ଚ୍ଚ ମଧ୍ୟରେ ଉପକରଣ, ଶ୍ରମଶକ୍ତି, ସୁବିଧା କେନ୍ଦ୍ର ଓ ଅନ୍ୟ ଖର୍ଚ୍ଚ ରହିଛି । ଏହା ମହାକାଶ ସ୍ତରୀୟ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଉନ୍ନତ ଆଲୟ ଓ ବ୍ୟାଟେରୀ କ୍ଷେତ୍ରରେ ସ୍ୱଦେଶୀ କ୍ଷମତା ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରେ ।

ଭାରତର ପରୀକ୍ଷିତ ଓ ପ୍ରମାଣିତ ଭିତ୍ତିଭୂମିରେ ସୀମାବଦ୍ଧତାକୁ ମଧ୍ୟ ଚିହ୍ନଟ କରିଛି । ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପରୀକ୍ଷଣ ସୁବିଧା ସୀମିତ ଉପଲବ୍ଧତା ଷ୍ଟାର୍ଟଅପ୍‌, କ୍ଷୁଦ୍ର ନିର୍ମାତାଙ୍କୁ ଉତ୍ପାଦ ଯୋଗ୍ୟତା ନିର୍ଦ୍ଧାରଣ ଲାଗି ଅଧିକ ଖର୍ଚ୍ଚ ଓ ଦୀର୍ଘ ଅପେକ୍ଷା ଅବଧିର ସମ୍ମୁଖୀନ ହେବାକୁ ପଡୁଛି । ଏହି ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଇନ୍‌-ସ୍ପେସ୍‌ ଜଟିଳ ଉପକରଣ ନିମନ୍ତେ ଘରୋଇ ଯୋଗାଣ ଶୃଙ୍ଖଳାର ବିକାଶ, ରଣନୈତିକ ଉଦ୍ଭାବନ ବ୍ୟବସ୍ଥା ସହିତ ବିକ୍ରେତାଙ୍କ ସହ ଦୀର୍ଘକାଳୀନ କ୍ରୟ ଚୁକ୍ତି ପ୍ରତିଷ୍ଠାକୁ ଉତ୍ସାହିତ କରିବା ନିମନ୍ତେ ସୁପାରିଶ କରିଛି । ବ୍ୟବସାୟିକ ରୂପେ ପରିଚାଳିତ ପରୀକ୍ଷଣ ସୁବିଧା, ଅନୁସନ୍ଧାନ ଓ ବିକାଶ ନିମନ୍ତେ ଘରୋଇ କ୍ଷେତ୍ରରେ ବ୍ୟାପକ ନିବେଶ ଉପରେ ଫୋକସ୍‌ ବଢ଼ାଇବାକୁ ଏହା ପ୍ରସ୍ତାବ ଦେଇଛି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button