ରାଜ୍ୟ

Neglect: ବ୍ୟବସାୟୀଙ୍କୁ ମିଳୁନି ଋଣ, କେମିତି ସଶକ୍ତ ହେବେ ମହିଳା?

ନବରଂଗପୁର ସହରର ତୋଟାସାହି ଅଂଚଳର ମହିଳା ସୁଲୋଚନା ସ୍ବାଇଁ ଦୀର୍ଘ ୧୩ବର୍ଷ ହେବ ନିଜେ ଦୋକାନ କରି ପରିବାର ପ୍ରତିପୋଷଣରେ ସହଭାଗିତା ଦେଖାଇ ଆସୁଛନ୍ତି। ଦୋକାନରେ ସୁଲୋଚନା ସିଲେଇ ମେସିନ୍ ରଖି ମହିଳା...

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ସହରର ତୋଟାସାହି ଅଂଚଳର ମହିଳା ସୁଲୋଚନା ସ୍ବାଇଁ ଦୀର୍ଘ ୧୩ବର୍ଷ ହେବ ନିଜେ ଦୋକାନ କରି ପରିବାର ପ୍ରତିପୋଷଣରେ ସହଭାଗିତା ଦେଖାଇ ଆସୁଛନ୍ତି। ଦୋକାନରେ ସୁଲୋଚନା ସିଲେଇ ମେସିନ୍ ରଖି ମହିଳାମାନଙ୍କ ବିଭିନ୍ନ ପୋଷାକ, ବ୍ଲାଉଜ୍, ସୁଟ୍ ଆଦି ସିଲେଉଛନ୍ତି। ଏହା ସହ ଧାର ଉଧାର କରି ଗ୍ରସେରୀ ସାମଗ୍ରୀ ସହ ଷ୍ଟେସନାରୀ, ଫ୍ୟାନସି ଓ ମହିଳାଙ୍କ ଚୁଢ଼ୀ, ମାଳି, ବିଭିନ୍ନ ସାଜ ସାମଗ୍ରୀର ଦୋକାନ କରିଛନ୍ତି। ଅଂଚଳ ବୃଦ୍ଧି ହେବା ପରେ ବ୍ୟବସାୟ ବି ବଢ଼ିଥିବା କହିଛନ୍ତି ସୁଲୋଚନା।

ସୁଲୋଚନା ବ୍ୟାଙ୍କରୁ ବ୍ୟବସାୟ ଋଣ ଆଣି ଆଗେଇବାକୁ ଚାହୁଁଥିଲେ। ସ୍ଥାନୀୟ ଏକ ବ୍ୟାଙ୍କ ଋଣ ନ ଦେଇ ତିନି ବର୍ଷ ବୁଲାଇଥିବା କହିଛନ୍ତି ସୁଲୋଚନା। ପୌର କାର୍ଯ୍ୟାଳୟରେ ଥିବା ତତ୍କାଳୀନ ପୌରକର୍ମଚାରୀ ରାମ ଦାଶଙ୍କ ପ୍ରତ୍ସାହନରେ ପୌରପାଳିକା ଜରିଆରେ ସେ ସ୍ଥାନୀୟ ଏକ ବ୍ୟାଙ୍କରେ ବ୍ୟବସାୟ ଋଣ ଆବେଦନ କରିଥିଲେ। ବାରମ୍ବାର ବାରମ୍ବାର ଦୈଡିବା ପରେ ବ୍ୟାଙ୍କପକ୍ଷରୁ ବିଭିନ୍ନ କାଗଜପତ୍ର ଦେବାକୁ କହିଥିଲେ। କାଗଜପତ୍ର ଆଦି କରିବା ପାଇଁ ତାଙ୍କୁ ଖର୍ଚ୍ଚାନ୍ତ ହେବା ସହ ସମୟ ବି ଦେଇଥିଲେ।

ଆଶା କରି‌ଥିଲେ ବ୍ୟାଙ୍କ କିଛି ଋଣ ଦେବ, ସେହି ଋଣରେ ନିଜ ବ୍ୟବସାୟ ବଢ଼ାଇବେ। ଆଉ କିଛି ସିଲେଇ ମେସିନ୍ ଆଣି କିଛି ଗରିବ ମହିଳା ଓ ଯୁବତୀଙ୍କୁ ନିଜ ସହ ସାମିଲ କରି ସେମାନଙ୍କୁ ଆତ୍ମନିର୍ଭର କରାଇବେ। ନିଜ ବ୍ୟବସାୟକୁ ମଧ୍ୟ ବୃଦ୍ଦି କରାଇବେ। ତେବେ ବ୍ୟାଙ୍କ ଗତ ୩ବର୍ଷ ହେବ ବୁଲାଇବା ପରେ ଦେବାକୁ ମନା କରିଥିବା କହିଛନ୍ତି ସୁଲୋଚନା। ସ୍ବାମୀ ଶଙ୍କର୍ଷଣ ସ୍ବାଇଁବି ଦୋକାନ ପରିଚାଳନାରେ ସହଯୋଗ କରୁଛନ୍ତି। ଛୋଟ ଦୋକାନ ଓ ଦରଜୀ (ଟାଇଲରିଂ) କାମରେ ଯାହା ଆୟ ହେଉଛି ସେଥିକିରେ ପରିବାରର ସ୍ବାମୀ, ସ୍ତ୍ରୀ, ପୁଅଓଝିଅ ଚଳୁଛନ୍ତି।  ପୁଅ ଇଞନିୟରିଂ ପଢ଼ା ପାଇଁ ବି ଧାର ଉଧାର କରି ଖର୍ଚ୍ଚ କରିଥିଲେ। ଝିଅ ବି କଲେଜରେ ପଢ଼ୁଛି।

ମହଙ୍ଗା ଯୁଗରେ ପାଠ ପଢ଼ା ସହ ଘରୋଇ ଖର୍ଚ୍ଚ ତୁଲାଇବା ମୁସ୍କିଲ ବୋଲି କହିଛନ୍ତି ସୁଲୋଚନା। ବ୍ୟାଙ୍କ ସହଯୋଗ କଲେ ସେ ସାମାନ୍ୟ ଆଗକୁ ବଢ଼ିବା ସହ ଅନ୍ୟ ୧୦ଜଣଙ୍କ ବଂଚିବାର ରାହା ସାଜିଥାନ୍ତେ। ତେବେ ସେ ଦେଖିଥିବା ସ୍ବପ୍ନ ଅଧୁରା ରହିଗଲା ବୋଲି କହିଛନ୍ତି ସୁଲୋଚନା। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସମାଜରେ ଆଗକୁ ବଢ଼ିବାକୁ ଚାହୁଁଥିବା ମହିଳାଙ୍କୁ ସହଯୋଗର ହାତ ବଢ଼ାଇବାକୁ ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button