Liquor Smuggling: ମହୁଲି ମଦ ଚୋରା ଚାଲାଣ ବେଳେ ବୋଲେରୋ ଦୁର୍ଘଟଣା ଗ୍ରସ୍ତ: ଚାଳକ ଫେରାର୍, ମାଷ୍ଟର ମାଇଣ୍ଡକୁ କେବେ ଧରିବ ପୁଲିସ?
ମୟୂରଭଞ୍ଜରୁ ବାଲେଶ୍ୱରକୁ ମହୁଲି ମଦ ବେପାର ଚେର ଲମ୍ବିଥିବା ସହିତ ମାଷ୍ଟର ମାଇଣ୍ଡ ସିଆଡ଼ିମାଳ ଅଞ୍ଚଳର ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ତାକୁ ଧରିଲେ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି କୁହାଯାଉଛି।

ନୀଳଗିରି: ମୟୂରଭଞ୍ଜରୁ ଏକ ବୋଲେରୋ ମହୁଲି ମଦବାଲେଶ୍ଵରଜିଲ୍ଲା ନୀଳଗିରି ଅଞ୍ଚଳକୁ ଚୋରା ଚାଲାଣ ବେଳେ ଛତ୍ରପୁର ନିକଟରେ ପ୍ରଥମେଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଜଣେ ଯୁବକଙ୍କୁ ଧକ୍କାଦେଇଥିଲା ଗାଡ଼ି। ଘଟଣା ସ୍ଥଳରେ ବରମପୁର ଥାନା ଅଧିକାରୀ ପହଁଚି ଗାଡ଼ିକୁ ଜବତ କରିଛନ୍ତି।
ବୋଲେରୋଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା
ସୂଚନା ଯୋଗ୍ୟ ମୟୂରଭଞ୍ଜରୁ ଓଆରଠ୨ଏଇ ୨୪୩୦ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ିରେ ଚୋରା ମହୁଲି ମଦ ବୋଝେଇ ହୋଇ ନୀଳଗିରି ଅଭିମୁଖେ ଆସୁଥିବା ବେଳେ ୧୯ ନମ୍ବର ରାଜ୍ୟ ରାଜପଥ ଛତ୍ରପୁର ଛକ ଦୁର୍ଗା ମଣ୍ଡପ ଠାରେ ଉକ୍ତ ବୋଲେରୋଟି ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଧକ୍କା ଯୋଗୁଁ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା ଛତ୍ରପୁର ଗ୍ରାମର ନିନା ସେଠୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ନିନା ଗୁରୁତର ଆହତ ହୋଇ ତାଙ୍କ ମୁହଁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଖବର ପାଇ ଘଟଣା ସ୍ଥଳରେ ବରହମପୁର ପୁଲିସ ପହଞ୍ଚି ଚୋରା ମଦ ବୋଝେଇ ବୋଲେରୋକୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଗାଡ଼ିରେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଚୋରା ମଦ ଚାଲାଣ ଓ ଏହି ଦୁର୍ଘଟଣାକୁ ନେଇ ପୁଲିସର ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟ ଦିଗରେ ସୁଦୂର ମୟୂରଭଞ୍ଜରୁ ବାଲେଶ୍ୱରକୁ ମହୁଲି ମଦ ବେପାର ଚେର ଲମ୍ବିଥିବା ସହିତ ମାଷ୍ଟର ମାଇଣ୍ଡ ସିଆଡ଼ିମାଳ ଅଞ୍ଚଳର ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ତାକୁ ଧରିଲେ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି କୁହାଯାଉଛି।
ସୌଜନ୍ୟ ସମ୍ବାଦ




