What a Wonder: କିମାଶ୍ଚର୍ଯ୍ୟମ୍: ପଛକୁ ବଙ୍କେଇ ପାହାଚଚଢ଼ାରେ ବିଶ୍ୱ ରେକର୍ଡ
ଯୋଗ ପ୍ରତି ଥିବା ଅତୁଟ ନିଷ୍ଠା ଜଣେ ୯ ବର୍ଷର ବାଳକଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇଛି। ତାମିଲନାଡୁ କୋଏମ୍ବାଟୁର ସହରର କୁନି ପ୍ରତିଭା ପି. କେ. ସାଇଶ୍ରୀଗୁରୁ ଅସାଧାରଣ ଶାରୀରିକ ନମନୀୟତା ବଳରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି।

ଯୋଗ ପ୍ରତି ଥିବା ଅତୁଟ ନିଷ୍ଠା ଜଣେ ୯ ବର୍ଷର ବାଳକଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇଛି। ତାମିଲନାଡୁ କୋଏମ୍ବାଟୁର ସହରର କୁନି ପ୍ରତିଭା ପି. କେ. ସାଇଶ୍ରୀଗୁରୁ ଅସାଧାରଣ ଶାରୀରିକ ନମନୀୟତା ବଳରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ୨୦୨୬ ମାର୍ଚ୍ଚ ୧୯ରେ ନିଜ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସାଇଶ୍ରୀଗୁରୁ ଏହି ଅସମ୍ଭବ ମନେ ହେଉଥିବା କାର୍ଯ୍ୟ କରି ଦେଖାଇଥିଲେ।
ସେ ଶରୀରକୁ ପଛକୁ ବଙ୍କେଇ ହାତ ଓ ଗୋଡ଼ ସାହାଯ୍ୟରେ ୪୧.୦୧ ସେକେଣ୍ଡ୍ରେ ୧୫ଟି ପାହାଚ ଚଢ଼ିବା ସହ ପୁଣି ଓହ୍ଲାଇ ଆସିଥିଲେ। ଏହି ମୁଦ୍ରାରେ ସବୁଠାରୁ ଦ୍ରୁତତମ ସମୟ ମଧ୍ୟରେ ପାହାଚ ଚଢ଼ିବା ଓ ଓହ୍ଲାଇବାର ବିଶ୍ୱ ରେକର୍ଡ ସେ ନିଜ ନାମରେ କରିଛନ୍ତି। ଏହି ବିଶ୍ୱ ରେକର୍ଡ ହାସଲ କରିବା ପାଇଁ ତାଙ୍କୁ କଡ଼ା ନିୟମ ପାଳନ କରିବାକୁ ପଡ଼ିଥିଲା। ପ୍ରତ୍ୟେକ ପାହାଚର ଉଚ୍ଚତା ଅତି କମ୍ରେ ୧୫ ସେଣ୍ଟିମିଟର୍ ରହିବା ବାଧ୍ୟତାମୂଳକ ଥିଲା। ଚଢ଼ିବା ଓ ଓହ୍ଲାଇବା ସମୟରେ ତାଙ୍କୁ ପ୍ରତ୍ୟେକ ପାହାଚରେ ନିଜର ଉଭୟ ହାତ ଓ ଗୋଡ଼ ସ୍ପର୍ଶ କରିବାକୁ ପଡ଼ିଥିଲା। ହାତକୁ ଆଗରେ ରଖି ତାଙ୍କୁ ଏହି ପ୍ରକ୍ରିୟା ଶେଷ କରିବାକୁ ହୋଇଥିଲା।
ସୌଜନ୍ୟ ସମ୍ବାଦ




