Global Stage: ବିଶ୍ୱ ମଞ୍ଚରେ ଭାରତୀୟ ହସ୍ତକଳାର କମାଲ୍
ନିକଟରେ ଅନ୍ତର୍ଜାତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ରାପର୍ କାର୍ଡି ବି ‘ବିଲ୍ବୋର୍ଡ କାନାଡା ଗ୍ଲୋବାଲ୍ ଓମେନ୍ ଅଫ୍ ଦ ଇଅର୍’ ସମ୍ମାନ ଲାଭ କରିଛନ୍ତି। ଏହି ସ୍ୱତନ୍ତ୍ର ଅବସରରେ ସେ ପ୍ରସିଦ୍ଧ ଭାରତୀୟ ଫ୍ୟାସନ୍...

ନିକଟରେ ଅନ୍ତର୍ଜାତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ରାପର୍ କାର୍ଡି ବି ‘ବିଲ୍ବୋର୍ଡ କାନାଡା ଗ୍ଲୋବାଲ୍ ଓମେନ୍ ଅଫ୍ ଦ ଇଅର୍’ ସମ୍ମାନ ଲାଭ କରିଛନ୍ତି। ଏହି ସ୍ୱତନ୍ତ୍ର ଅବସରରେ ସେ ପ୍ରସିଦ୍ଧ ଭାରତୀୟ ଫ୍ୟାସନ୍ ଡିଜାଇନର୍ ମନୀଷ ମଲ୍ହୋତ୍ରାଙ୍କ ‘ମା’ କଲେକ୍ସନ୍ର ଦୁଇଟି ପୋଷାକ ପରିଧାନ କରି ବିଶ୍ୱ ଫ୍ୟାସନ୍ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୨୪ ନଭେମ୍ବର୍ରେ ଟରଣ୍ଟୋଠାରେ ଅନୁଷ୍ଠିତ ବିଲ୍ବୋର୍ଡ କାନାଡା ଓମେନ୍ ଇନ୍ ମ୍ୟୁଜିକ୍ ଉତ୍ସବ ପୂର୍ବରୁ ପ୍ରକାଶିତ ଏହାର କଭର୍ ଫଟୋସୁଟ୍ରେ କାର୍ଡି ବି ଭାରତୀୟ ହସ୍ତଶିଳ୍ପ ଓ ସୌନ୍ଦର୍ଯ୍ୟବୋଧକୁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରିଛନ୍ତି। ମନୀଷ ମଲ୍ହୋତ୍ରାଙ୍କ ପ୍ୟାରିସ୍ କୌଚର୍ କଲେକ୍ସନ୍ର ‘ମା’ ମାତୃତ୍ୱ ଓ ନାରୀଶକ୍ତିର ପ୍ରତୀକ ଭାବେ ପ୍ରସ୍ତୁତ ହୋଇଛି। ଷ୍ଟାଇଲିଷ୍ଟ୍ କୋଲିନ୍ କାର୍ଟର୍ଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଫଟୋସୁଟ୍ରେ କାର୍ଡି ବିଙ୍କ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।
ସୌଜନ୍ୟ ସମ୍ବାଦ




