ବିଶେଷ

Travel the World by Bicycle: ଚାକିରି ଛାଡ଼ି ସାଇକଲ୍‌ରେ ବିଶ୍ବ ଭ୍ରମଣ

ଦିନବେଳା ଚାକିରି, ସଂଧ୍ୟାରେ ଘର ପରିବାର, ମାସ ଶେଷରେ ମୋଟା ଅଙ୍କର ଦରମା ଓ ଆରାମଦାୟକ ଜୀବନଶୈଳୀ- ଆଜିକାଲି ଏହାକୁ ହିଁ କୁହାଯାଉଛି ସଫଳତାର ମାପକାଠି। ତେବେ ଏହି ଚିରାଚରିତ ଧାରାରୁ ବାହାରି ନିଜର ଭିନ୍ନ ସ୍ବପ୍ନ ପୂରଣ କରିବାର ସାହସ କରିଛନ୍ତି ଆୟର୍ଲାଣ୍ଡର ୨୯ ବର୍ଷୀୟ ଯୁବକ ସେନ୍‌।

ଦିନବେଳା ଚାକିରି, ସଂଧ୍ୟାରେ ଘର ପରିବାର, ମାସ ଶେଷରେ ମୋଟା ଅଙ୍କର ଦରମା ଓ ଆରାମଦାୟକ ଜୀବନଶୈଳୀ- ଆଜିକାଲି ଏହାକୁ ହିଁ କୁହାଯାଉଛି ସଫଳତାର ମାପକାଠି। ତେବେ ଏହି ଚିରାଚରିତ ଧାରାରୁ ବାହାରି ନିଜର ଭିନ୍ନ ସ୍ବପ୍ନ ପୂରଣ କରିବାର ସାହସ କରିଛନ୍ତି ଆୟର୍ଲାଣ୍ଡର ୨୯ ବର୍ଷୀୟ ଯୁବକ ସେନ୍‌। ସେ ନିଜର ସ୍ଥାୟୀ ଚାକିରି ଛାଡ଼ି ସାଇକଲ୍‌ରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ଏବେ ସେ ଭାରତରେ ପହଞ୍ଚି ଏକ ଅଭିନବ ଚାଲେଞ୍ଜ ନେଇଛନ୍ତି। ତାହା ହେଲା, ଆସନ୍ତା ତିନି ମାସ ଭିତରେ ସେ ସାଇକଲ୍‌ରେ ଭାରତର ୧୦୦ଟି ଗାଁ ବୁଲି ଦେଖିବେ।

ସେନ୍‌ଙ୍କ ପାଇଁ ତାଙ୍କର ସାଇକଲ୍‌ ହିଁ ସାଥୀ ଆଉ ସାଙ୍ଗରେ ଥିବା ଏକ ଛୋଟ ତମ୍ବୁ ହିଁ ତାଙ୍କର ଘର। ନିକଟରେ ଆଫଗାନିସ୍ତାନ ଭ୍ରମଣ ଶେଷ କରି ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ୮୮୦୦ରୁ ୧୧୫୦୦ କିଲୋମିଟର୍‌ ଅତିକ୍ରମ କରିଛନ୍ତି। ଦିଲ୍ଲୀରେ କଣ୍ଟେଣ୍ଟ୍‌ କ୍ରିଏଟର୍‌ ଶଶାଙ୍କ ଶର୍ମାଙ୍କ ସହ ତାଙ୍କର ଭେଟ ହେବା ପରେ ସେନ୍‌ଙ୍କ ଏହି ଦୁଃସାହସିକ ଯାତ୍ରା ବିଷୟରେ ସାରା ଦେଶ ଜାଣିବାକୁ ପାଇଥିଲା। ଶଶାଙ୍କ ସୋସିଆଲ୍‌ ମିଡିଆରେ ସେନ୍‌ଙ୍କ ସାକ୍ଷାତକାରର ଏକ ଭିଡିଓ ସେୟାର୍‌ କରିବା ପରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନିଜ ଯାତ୍ରାର ଉଦ୍ଦେଶ୍ୟ ବିଷୟରେ ସେନ୍‌ କହନ୍ତି, ସେ କେବଳ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ଭାରତ ଆସିନାହାନ୍ତି, ବରଂ ଭାରତର ପ୍ରକୃତ ଆତ୍ମା କୁହାଯାଉଥିବା ଗ୍ରାମୀଣ ଜୀବନ, ଏଠାକାର ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଓ ସାଧାରଣ ଲୋକଙ୍କ ଜୀବନକୁ ଅତି ନିକଟରୁ ଜାଣିବା ତାଙ୍କର ଲକ୍ଷ୍ୟ।

ସେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ଦକ୍ଷିଣ ଭାରତ ଦେଇ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯିବାର ଯୋଜନା ରଖିଛନ୍ତି। କ୍ୟାମେରା ଓ ଡ୍ରୋନ୍‌ ସାହାଯ୍ୟରେ ସେ ପ୍ରତ୍ୟେକ ଗାଁର ଅକୁହା କାହାଣୀକୁ କଏଦ କରି ସୋସିଆଲ୍‌ ମିଡିଆରେ ସେୟାର୍‌ କରୁଛନ୍ତି। ଏବେକାର ମଣିଷ ଯାନ୍ତ୍ରିକ ଜୀବନରେ ଛନ୍ଦି ହେଲା ବେଳକୁ ସେନ୍‌ଙ୍କ ଏହି ସାହସିକ ପଦକ୍ଷେପକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button