SP-Congress: କଂଗ୍ରେସ ସହ ବିବାଦକୁ ନେଇ ଅଖିଳେଶଙ୍କ ବଡ଼ ବୟାନ, କହିଲେ ଆମ ଭିତରେ…

ନୂଆଦିଲ୍ଲୀ,୨୮/୧୧; ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ଥିବା ମତଭେଦକୁ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଦଳ ଭିତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । କିନ୍ତ ଦୁଇ ଦଳ ଏକାଠି ଅଛି । କଂଗ୍ରେସ ଏବଂ ସପା ଏକାଠି ବସି ଆସନ ବୁଝାମଣା ସମସ୍ୟାର ସମାଧାନ ବାହାର କରିବେ ଏବଂ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଜିତିବାର କ୍ଷମତାକୁ ହିଁ ମୁଖ୍ୟ ମାନଦଣ୍ଡ କରାଯିବ । ଏଥିସହ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ଚାଲିଥିବା ରାଜନୈତିକ ଲଢ଼େଇରେ ଦଳ ଏହାର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିବ ବୋଲି ଅଖିଳେଶ କହିଛନ୍ତି ।
ସୂଚନା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନାରେ ସମାଜବାଦୀ ପାଟି ର୍ ଉତ୍ତର ପ୍ରଦେଶର ୪୦୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କଂଗ୍ରେସକୁ ୨୬ଟି ଆସନ ଦେବାକୁ ପ୍ରସ୍ତାବ ଦେଇଛି, ଯାହା କି କଂଗ୍ରେସ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । କଂଗ୍ରେସ ପ୍ରଥମେ ୧୮୧ଟି ଆସନ ଦାବି କରିଥିଲା । ପରବର୍ତ୍ତୀ ସମୟରେ କଂଗ୍ରେସ ୧୨୦ ଆସନ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ସପା ଦେଉଥିବା ଆସନ ଏହା ତୁଳନାରେ ଯଥେଷ୍ଟ କମ୍ ଏବଂ ତାହାକୁ ଗ୍ରହଣ କରିବାକୁ କଂଗ୍ରେସ ରାଜି ହୋଇନାହିଁ । ଏହା ଭିତରେ ସପା ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ନିଜର ନିର୍ବାଚନୀ ଇସ୍ତାହାର ମଧ୍ୟ ଘୋଷଣା କରିସାରିଛି । ଏହାକୁ ନେଇ କଂଗ୍ରେସ ସାଂସଦ ଇମ୍ରାନ ମସୁଦ ସାର୍ବଜନିକ ଭାବେ ସପା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କଥା ବଦଳରେ କାମ ଉପରେ ଗୁରୁତ୍ୱ ଦେବାକୁ ଇମ୍ରାନଙ୍କୁ ପରାମର୍ଶ ଦେଇଥିଲେ ।
ସୌଜନ୍ୟ ପ୍ରମେୟ




