ଦେଶ ବିଦେଶ

Accident: ଝାଡ଼ଖଣ୍ଡରେ ‌ଇଏସ୍‌ଏଲ୍‌ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ସଂସ୍ପର୍ଶରେ ଆସି ୨ ମୃତ

ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଇଏସ୍‌ଏଲ୍‌ ଷ୍ଟିଲ୍ ପ୍ଲାଣ୍ଟରେ ରବିବାର ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଜଣେ କମ୍ପାନି କାର୍ଯ୍ୟନିର୍ବାହୀ ଓ ଜଣେ ବ୍ୟବସାୟିକ ଅଂଶୀଦାରଙ୍କ ସହ ଜଡିତ ଜଣେ ଇଞ୍ଜିନିୟରଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି କମ୍ପାନିର ଜଣେ ମୁଖପାତ୍ର...

ରାଞ୍ଚି: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଇଏସ୍‌ଏଲ୍‌ ଷ୍ଟିଲ୍ ପ୍ଲାଣ୍ଟରେ ରବିବାର ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ଜଣେ କମ୍ପାନି କାର୍ଯ୍ୟନିର୍ବାହୀ ଓ ଜଣେ ବ୍ୟବସାୟିକ ଅଂଶୀଦାରଙ୍କ ସହ ଜଡିତ ଜଣେ ଇଞ୍ଜିନିୟରଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି। ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଏହି ଘଟଣାର ସ୍ବାଧୀନ ତଦନ୍ତ କରାଯିବ ଓ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ଇଏସ୍‌ଏଲ୍ ମୁଖପାତ୍ର କହିଛନ୍ତି ଯେ, ପ୍ଲାଣ୍ଟରେ ଗ୍ୟାସ୍ ସଂସ୍ପର୍ଶରେ ଆସି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି, ଯେଉଁଥିରେ କମ୍ପାନୀର ଜଣେ କାର୍ଯ୍ୟନିର୍ବାହୀ ଓ ଜଣେ ଇଞ୍ଜିନିୟରଙ୍କ ଜୀବନ ଯାଇଛି। ବୋକାରୋର ଇଏସଏଲ ଷ୍ଟିଲ ଲିମିଟେଡ, ବେଦାନ୍ତ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡ (ଭିଆଇଏସଏଲ)ର ଏକ ସହାୟକ କମ୍ପାନୀ। କମ୍ପାନୀର ମୁଖପାତ୍ର ଦୁର୍ଘଟଣାର ବିବରଣୀ ଓ ମୃତକଙ୍କ ପରିଚୟ ପ୍ରଦାନ କରିନାହାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button