ଦେଶ ବିଦେଶ

Protest: ଅକ୍ଟୋବର ୧୨ରେ ଯୁବ କଂଗ୍ରେସର ‘ଚଲୋ ଦିଲ୍ଲୀ’ ଡାକରା

କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡ଼ିକ ନିର୍ବାଚନୀ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିସନଙ୍କ ଉତ୍ତରଦାୟିତ୍ବ ଦାବି କରି ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଅ ଡାକରା ଦେଇଛନ୍ତି। ଭାରତୀୟ ଯୁବ କଂଗ୍ରେସ ଅକ୍ଟୋବର ୧୨ ତାରିଖରେ ‘ଚଲୋ ଦିଲ୍ଲୀ’ ଡାକରା...

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡ଼ିକ ନିର୍ବାଚନୀ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିସନଙ୍କ ଉତ୍ତରଦାୟିତ୍ବ ଦାବି କରି ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଅ ଡାକରା ଦେଇଛନ୍ତି। ଭାରତୀୟ ଯୁବ କଂଗ୍ରେସ ଅକ୍ଟୋବର ୧୨ ତାରିଖରେ ‘ଚଲୋ ଦିଲ୍ଲୀ’ ଡାକରା ଦେଇଛି ଓ ବହୁସଂଖ୍ୟକ ଲୋକମାନଙ୍କୁ ଏଥିରେ ଯୋଗଦେବାକୁ ଆହ୍ବାନ କରିଛି।

ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌) ରଦ୍ଦ ଦାବିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଲଗାତାର ବିରୋଧ ଜାରି ରଖିଛି। ‘ଏକ୍ସ’ରେ କେତେକ ପୋଷ୍ଟ କରି କଂଗ୍ରେସ ଯୁବ ଶାଖା ‘ଏବେ ନୁହେଁ ତ କେବେ ନୁହେଁ’ ସ୍ଲୋଗାନ ବ୍ୟବହାର କରିଛି ​​ଓ ବିଜେପି ଉପରେ କମ୍ପ୍ରୋମାଇଜ୍ଡ ନିର୍ବାଚନ କମିସନ ସହାୟତାରେ ଜାଲିଆତି କରି ନିର୍ବାଚନ ଜିତୁଥିବାର ଅଭିଯୋଗ କରିଛି। ଲୋକମାନଙ୍କୁ ସେମାନଙ୍କର ମତଦାନ ଅଧିକାର, ସ୍ୱାଧୀନତା ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନରେ ଯୋଗ ଦେବାକୁ ଯୁବ କଂଗ୍ରେସ ଆହ୍ୱାନ କରିଛି। ମହାତ୍ମା ଗାନ୍ଧୀ ଓ ସ୍ବାଧୀନତା ଆନ୍ଦୋଳନ କଥା ମନେପକାଇ ଏହି ଦେଶ ସବୁ ଭାରତୀୟଙ୍କର କୌଣସି ରାଜନୈତିକ ଦଳର ନୁହେଁ, ‘ଆମ ସମ୍ବିଧାନ, ଆମ ଗଣତନ୍ତ୍ର ଓ ପରସ୍ପର ପାଇଁ’ ବୋଲି ସ୍ଲୋଗାନ ଦେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button