Agricultural Roadmap: ଓଡ଼ିଶା ସହିତ ପୂର୍ବ ଭାରତର ୫ଟି ରାଜ୍ୟର କୃଷି ବିକାଶରେ ଆସିବ ବଡ଼ ବିପ୍ଳବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ଭାରତରେ କୃଷିର ଭବିଷ୍ୟତ ଓ ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଏକ ବ୍ୟାପକ ରୋଡମ୍ୟାପ୍‌ ସଂପର୍କରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ କ୍ରାନ୍ତିକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି।କୃଷି ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ଚାଷୀ ଓ କୃଷି ବିକାଶର ଭୂୟସୀ ପ୍ରଶଂସା କରିଛନ୍ତି।

ଧାନ କ୍ରୟରେ ଓଡ଼ିଶାର ରେକର୍ଡ

ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କୃଷକମାନଙ୍କ ସମ୍ମାନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷକ ହେଉଛି ଆମର ଅନ୍ନଦାତା ଏବଂ ଯଦି ଏହି ଧରାପୃଷ୍ଠରେ କେହି ଦ୍ୱିତୀୟ ଭଗବାନ ଥାଏ, ତେବେ ସେ ହେଉଛି ଜଣେ କୃଷକ। ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ