ଦେଶ ବିଦେଶ

Akhilesh: ଅଯୋଧ୍ୟାରୁ ଲଢ଼ିବେନି ଅଖିଳେଶ, ପବନ ପାଣ୍ଡେଙ୍କ ଉପରେ ଭରସା

ଅଯୋଧ୍ୟା ଆସନରୁ ଦୁହେଁ ସିଧାସଳଖ ନିର୍ବାଚନ ଲଢ଼ିବାକୁ ଯୋଗୀ ଆହ୍ୱାନ ଦେଇଥିବାବେଳେ ଅଖିଳେଶ ଏହାର ଜବାବ ଦେଇଛନ୍ତି। ଅଯୋଧ୍ୟାରେ ଯୋଗୀଙ୍କ ସହ ନିଜେ ଲଢ଼ିବା ପରିବର୍ତ୍ତେ ସେଠାରେ ଦଳର ଯୁବ ନେତା ତଥା ପୂର୍ବତନ ବିଧାୟକ ପବନ ପାଣ୍ଡେଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି। ଅଯୋଧ୍ୟା ଆସନରୁ ଦୁହେଁ ସିଧାସଳଖ ନିର୍ବାଚନ ଲଢ଼ିବାକୁ ଯୋଗୀ ଆହ୍ୱାନ ଦେଇଥିବାବେଳେ ଅଖିଳେଶ ଏହାର ଜବାବ ଦେଇଛନ୍ତି। ଅଯୋଧ୍ୟାରେ ଯୋଗୀଙ୍କ ସହ ନିଜେ ଲଢ଼ିବା ପରିବର୍ତ୍ତେ ସେଠାରେ ଦଳର ଯୁବ ନେତା ତଥା ପୂର୍ବତନ ବିଧାୟକ ପବନ ପାଣ୍ଡେଙ୍କ ଉପରେ ଭରସା ପ୍ରକଟ କରିଛନ୍ତି।

ଅକ୍ଟୋବର ୮ ତାରିଖରେ ଅଯୋଧ୍ୟା ଗସ୍ତ ସମୟରେ ଅଖିଳେଶ କହିଥିଲେ ଯେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପିକୁ ପ୍ରାର୍ଥୀ ମିଳୁନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜ ଦାବି ଉପରେ ଏତେ ଆତ୍ମବିଶ୍ୱାସୀ ଥିଲେ ଅଯୋଧ୍ୟାରୁ ନିଜେ ନିର୍ବାଚନ ଲଢ଼ି ଦେଖାନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ଶନିବାର ବଳରାମପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ କହିଥିଲେ, ଅଖିଳେଶ ଅଯୋଧ୍ୟାରୁ ନାମାଙ୍କନ ଦାଖଲ କରନ୍ତୁ, ସେ ମଧ୍ୟ ସେଠାରୁ ଲଢ଼ିବାକୁ ପ୍ରସ୍ତୁତ। ଲଢ଼େଇ ସିଧାସଳଖ ହେବା ଦରକାର, ଚେଲାମାନଙ୍କ ମାଧ୍ୟମରେ ନୁହେଁ। ବଳରାମପୁରରେ ୮୦୩ କୋଟି ଟଙ୍କା ବ୍ୟୟରେ ୭୮ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗୀ ଏହି ମନ୍ତବ୍ୟ ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button