ଦେଶ ବିଦେଶ

India: ଭାରତ ଆଣବିକ ଧମକକୁ ଡରେ ନାହିଁ: ଜାତିସଂଘରେ ପାକିସ୍ତାନକୁ ଅନମୋଲ ସିଂହଙ୍କ କଡ଼ା ଜବାବ

ଭାରତକୁ ଆଣବିକ ଅସ୍ତ୍ରର ଧମକ ଦେଇ ଚାପ ପକାଇବାକୁ ଉଦ୍ୟମ କରନାହିଁ। ଏଭଳି ଧମକରେ ଭାରତ ଡରିବ ନାହିଁ କି ଆତଙ୍କବାଦ ବିରୋଧରେ ନିଜର ଅଧିକାରରୁ ପଛକୁ ହଟିବ ନାହିଁ ବୋଲି ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ ଅନମୋଲ ଶେର ସିଂହ ବେଦୀ

ନ୍ୟୁୟର୍କ: ଭାରତକୁ ଆଣବିକ ଅସ୍ତ୍ରର ଧମକ ଦେଇ ଚାପ ପକାଇବାକୁ ଉଦ୍ୟମ କରନାହିଁ। ଏଭଳି ଧମକରେ ଭାରତ ଡରିବ ନାହିଁ କି ଆତଙ୍କବାଦ ବିରୋଧରେ ନିଜର ଅଧିକାରରୁ ପଛକୁ ହଟିବ ନାହିଁ ବୋଲି ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତୀୟ କୂଟନୀତିଜ୍ଞ ଅନମୋଲ ଶେର ସିଂହ ବେଦୀ। ଜାତିସଂଘ ମହାସଭାର ୮୧ତମ ଅଧିବେଶନର ପ୍ରଥମ କମିଟି ବୈଠକରେ ଶୁକ୍ରବାର ପାକିସ୍ତାନର ମନ୍ତବ୍ୟର ଜବାବ ଦେଇ ସେ ଏହା କହିଛନ୍ତି। ଏହି କମିଟି ନିରସ୍ତ୍ରୀକରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥାଏ।

ବେଦୀ କହିଥିଲେ ଯେ ଆଣବିକ ଅସ୍ତ୍ରକୁ କୂଟନୈତିକ ଚାପ ସୃଷ୍ଟି କରିବାର ସାଧାରଣ ଉପକରଣ ଭାବେ ବ୍ୟବହାର କରିବା ଉଚିତ ନୁହେଁ। ଆଣବିକ ଅସ୍ତ୍ରର ଭୟ ଦେଖାଇ ସୀମାପାର ଆତଙ୍କବାଦ ଭଳି କାର୍ଯ୍ୟକଳାପର ପରିଣାମକୁ ଏଡ଼ାଇବାକୁ ଉଦ୍ୟମ କଲେ ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିବ। ଭାରତର ସାମରିକ କ୍ଷମତା ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ଦେଶର ସୁରକ୍ଷା ଆବଶ୍ୟକତା ଅନୁଯାୟୀ ଏହା ଗଠିତ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button