Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର

Asim Munir : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ଝିଅ ମାହନୂର। ସେ ନିଜ ଦାଦାଙ୍କ ପୁଅ ଅବଦୁଲ ରେହମାନଙ୍କୁ ନିକାହ କରିଛନ୍ତି । ବିବାହ ଉତ୍ସବ ରାୱଲପିଣ୍ଡିରେ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ପାକିସ୍ତାନର ବରିଷ୍ଠ ରାଜନେତା, ସେନା ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସୁରକ୍ଷା କାରଣରୁ ଏହି ସମାରୋହକୁ ଗୋପନୀୟ ରଖାଯାଇଥିଲା ଏବଂ କୌଣସି ଫଟୋ ପ୍ରକାଶ କରାଯାଇ ନାହିଁ।

ଅସୀମ ମୁନିରଙ୍କ ୪ ଜଣ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହାନୂର ହେଉଛନ୍ତି ୩ୟ । ଅନ୍ୟପକ୍ଷରେ ଅବଦୁଲ ରେହମାନ ପୂର୍ବରୁ ସେନାରେ କ୍ୟାପଟେନ ଥିବାବେଳେ ପରେ ସେ ଚାକିରି ଛାଡ଼ି ସିଭିଲ ସେବାରେ ଯୋଗ ଦେଇଥିଲେ । ସେନା କୋଟାରେ ସେ ସିଭିଲ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ଏବେ ଆସିଷ୍ଟାଣ୍ଟ କମିସନର ଅଛନ୍ତି ।

ଯୋଗ ଦେଇଥିଲେ ଅନେକ ଭିଆଇପି

ପାକିସ୍ତାନୀ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଉପପ୍ରଧାନମନ୍ତ୍ରୀ ଇସାକ ଦାର, ପଞ୍ଜାବ ମୁଖ୍ୟ ମରିୟମ ନୱାଜ ସରିଫ, ଆଇଏସଆଇ ମୁଖ୍ୟ ଏବଂ ଅବସରପ୍ରାପ୍ତ ଜେନେରାଲଙ୍କ ସମେତ ପାକିସ୍ତାନୀ ସେନାର ଅନ୍ୟାନ୍ୟ ସଦସ୍ୟ ମୁନିରଙ୍କ ଝିଅଙ୍କ ବିବାହରେ ଯୋଗ ଦେଇଥିଲେ। ପାକିସ୍ତାନୀ ସାମ୍ବାଦିକ ଜାହିଦ ଗିଶକୋରି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ମୁନିର ତାଙ୍କ ଝିଅଙ୍କୁ ତାଙ୍କ ଭାଇ କାସିମ ମୁନିରଙ୍କ ପୁଅ ଅବଦୁଲ ରେହମାନଙ୍କ ସହିତ ବିବାହ କରିଛନ୍ତି।

 

ସୌଜନ୍ୟ ସମ୍ବାଦ