Atal Kumar murder case ପତି ହତ୍ୟା ମାମଲାରେ ପୂର୍ବତନ ବିଜେପି ନେତ୍ରୀଙ୍କୁ ଆଜୀବନ କାରାଦଣ୍ଡ
ଯାଜପୁରର ବହୁଚର୍ଚ୍ଚିତ ଅଟଳ କୁଅଁର ହତ୍ୟା ମାମଲାରେ ପତ୍ନୀ ତଥା ପୂର୍ବତନ ବିଜେପି ନେତ୍ରୀ ମମତାଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା। ପ୍ରମାଣ ଅଭାବରୁ ଅନ୍ୟ ୨ ଅଭିଯୁକ୍ତ ଖଲାସ।

ଦଶରଥପୁର(ଚନ୍ଦ୍ରଶେଖର ସାହୁ): ଯାଜପୁର ଜିଲ୍ଲାର ବହୁଚର୍ଚ୍ଚିତ ଅଟଳ କୁଅଁର ଓରଫ ସୁବାସଙ୍କ ହତ୍ୟା ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁବାସଙ୍କୁ ହତ୍ୟା କରିଥିବା ପତ୍ନୀ ତଥା ଅଞ୍ଚଳର ଜଣାଶୁଣା ବିଜେପି ନେତ୍ରୀ ମମତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ ଖଲାସ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପ୍ରଗତିବିହାର କଲୋନୀର ଏକ ଘରେ ଭଡ଼ା ନେଇ ସୁବାସ ସପରିବାର ରହୁଥିଲେ। ତେବେ ପତ୍ନୀ ମମତାଙ୍କ ସହ ଅନ୍ୟ ଏକ ଯୁବକ ଅଜୟଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହାକୁ ନେଇ ସୁବାସ ଓ ମମତାଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା। ଅନୈତିକ ପ୍ରେମ ରାସ୍ତାରେ ପତି ସୁବାସ କଣ୍ଟା ସାଜିଥିବାରୁ ପତ୍ନୀ ମମତା ତାଙ୍କୁ ସବୁଦିନ ପାଇଁ ହଟାଇବାକୁ ଯୋଜନା କରିଥିଲେ।
ଅଭିଯୁକ୍ତ ପତ୍ନୀ ମମତା ଏବଂ ୨ ଜଣ ସହଯୋଗୀ ସହିତ ମିଶି ସ୍ୱାମୀ ଅଟଳଙ୍କୁ ଶୋଇଥିବା ସମୟରେ ତକିଆ ଓ ମୋବାଇଲ ଚାର୍ଜର କର୍ଡ ସାହାଯ୍ୟରେ ଗଳାଚାପି ହତ୍ୟା କରିଥିଲା । ଏ ନେଇ ମୃତକଙ୍କ ଭାଇ ରଞ୍ଜନ କୁମାର କୁଅଁର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପତ୍ନୀ ମମତାଙ୍କ ସହ ଅନ୍ୟ ସହଯୋଗୀ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ସୌଜନ୍ୟ ସମ୍ବାଦ




