Ban on pan masala: ପ୍ଲାଷ୍ଟିକ୍ ପ୍ୟାକେଟ୍ରେ ପାନ ମସଲା ମନା: କାଗଜ, ଟିଣ କିମ୍ବା କାଚ ଡବା ବ୍ୟବହାର ବାଧ୍ୟତାମୂଳକ
ଦେଶରେ ବିକ୍ରି ହେଉଥିବା ପାନ ମସଲାର ପ୍ଲାଷ୍ଟିକ୍ ପ୍ୟାକେଜିଂ ବ୍ୟବହାରକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କଡ଼ା ନିୟମାବଳୀ ଜାରି କରାଯାଇଛି। ଏଫ୍ଏସ୍ଏସ୍ଏଆଇ ପାନ ମସଲା ପ୍ୟାକେଜିଂରେ ବ୍ୟବହାର....

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପାନ ମସଲାର ପ୍ଲାଷ୍ଟିକ୍ ପ୍ୟାକେଜିଂ ବ୍ୟବହାରକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କଡ଼ା ନିୟମାବଳୀ ଜାରି କରାଯାଇଛି। ଏଫ୍ଏସ୍ଏସ୍ଏଆଇ ପାନ ମସଲା ପ୍ୟାକେଜିଂରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ ସାମଗ୍ରୀକୁ ସଂପୂର୍ଣ୍ଣ ନିଷେଧ କରିବା ସହ ଏଥିପାଇଁ ନୂତନ ପ୍ୟାକେଜିଂ ଆବଶ୍ୟକତା ନିର୍ଦ୍ଧାରଣ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏହି ସର୍ବୋଚ୍ଚ ସଂସ୍ଥା ସ୍ପଷ୍ଟ କରିଛି ଯେ ବର୍ତ୍ତମାନଠାରୁ ପାନ ମସଲା ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକ୍, ଆଲୁମିନିୟମ ଫଏଲ୍ ଆଦି ବ୍ୟବହାର କରିପାରିବେ ନାହିଁ। ଏହି ନୂତନ ପରିବର୍ତ୍ତନକୁ ବିଧିବଦ୍ଧ ଭାବେ ସାରା ଦେଶରେ ଲାଗୁ କରାଯାଇଛି। ପାନ ମସଲା ପ୍ୟାକେଜିଂ ପାଇଁ ବିକଳ୍ପ ଭାବେ କେବଳ ଟିଣ, କିମ୍ବା କାଚ କଣ୍ଟେନର ବ୍ୟବହାର କରିବାକୁ ଏଫ୍ଏସ୍ଏସ୍ଏଆଇ ଅନୁମତି ଦେଇଛି।
ସୌଜନ୍ୟ ସମ୍ବାଦ




