Bargarh district: କିଡ୍ନି ରୋଗପ୍ରବଣ ବରଗଡ଼ ଜିଲ୍ଲା: କିଡ୍ନି ରୋଗପ୍ରବଣ ବରଗଡ଼ ଜିଲ୍ଲା
କୀଟନାଶକ ଓ ଭାରୀଧାତୁ (ହେଭି ମେଟାଲ) ଯୋଗୁଁ କିଡ୍ନି ରୋଗପ୍ରବଣ ହେବାରେ ଲାଗିଛି ବରଗଡ଼ ଜିଲ୍ଲା। ଏହି ଜିଲ୍ଲାର ୧୬ଟି ଗାଁ କିଡନି ହଟ୍ସ୍ପଟ୍ ଭାବେ ଚିହ୍ନଟ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ...

ସମ୍ବଲପୁର: କୀଟନାଶକ ଓ ଭାରୀଧାତୁ (ହେଭି ମେଟାଲ) ଯୋଗୁଁ କିଡ୍ନି ରୋଗପ୍ରବଣ ହେବାରେ ଲାଗିଛି ବରଗଡ଼ଜିଲ୍ଲା। ଏହି ଜିଲ୍ଲାର ୧୬ଟି ଗାଁ କିଡନି ହଟ୍ସ୍ପଟ୍ ଭାବେ ଚିହ୍ନଟ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ, ଜୈବପ୍ରଯୁକ୍ତି ବିଜ୍ଞାନ, ଜୀବବିଜ୍ଞାନ ସହିତ ଭିମସାର୍ ନେଫ୍ରୋଲୋଜି ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ଗବେଷଣାରୁ ଏଭଳି ଚିନ୍ତା ଉଦ୍ରେକାରୀ ତଥ୍ୟ ପଦାକୁ ଆସିଛି। ଗବେଷଣା ତଥ୍ୟ ଅନୁସାରେ ଅତାବିରା ବ୍ଲକ୍ର ଲଚିଦା, ଲସତଲା ଓ ଖଇରପାଲିକୁ ପୋଷ୍ୟ ଗାଁ ଭାବରେ ଗ୍ରହଣ ପାଇଁ ବରଗଡ଼ ଜିଲ୍ଲାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ପ୍ରଦୀପ ନାଏକ। ଏହି ପ୍ରସ୍ତାବ ଶୀଘ୍ର ଅନୁମୋଦିତ ହେଲେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଠାରେ ଆର୍ଓ ପ୍ଲାଣ୍ଟ ଜରିଆରେ ସ୍ବଚ୍ଛ ଜଳଯୋଗାଣ ସହିତ ଆକ୍ରାନ୍ତଙ୍କ ପରିବାରର ସ୍ଥିତି, ଉପଯୁକ୍ତ ଚିକିତ୍ସା, ଔଷଧ ଯୋଗାଣ, ରୋଗର ଅନ୍ୟାନ୍ୟ କାରଣକୁ ନେଇ ଆହୁରି ବିସ୍ତୃତ ଭାବେ ଗବେଷଣା ଲକ୍ଷ୍ୟ ରଖାଯାଇଛି। ଗବେଷଣା ରିପୋର୍ଟ ମୁତାବକ ୧୬ ହଟ୍ସ୍ପଟ୍ ଗାଁର ୧୦୨୬ ମହିଳାଙ୍କ ସମେତ ମୋଟ ୨୧୦୯ ଜଣଙ୍କର ସ୍କ୍ରିନିଂ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




