‘Bhool Bangla’ Craze: ବକ୍ସ ଅଫିସରେ ‘ଭୂତ ବଙ୍ଗଲା’ର କ୍ରେଜ୍: ୨୪ଦିନରେ ବିଶ୍ୱବ୍ୟାପୀ କଲେକ୍ସନ ୨୦୦କୋଟି ଟପିଲା

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ହରର କମେଡି ଫିଲ୍ମ “ଭୂତ ବଙ୍ଗଳା” ବକ୍ସ ଅଫିସରେ ଏକ ମାସ ପୂରିବାକୁ ଯାଉଛି। ଏହା ଭଲ ପ୍ରଦର୍ଶନ ଜାରି ରଖିଛି । ରିଲିଜ୍ ପରେ ୨୪ ଦିନ ପୂରଣ କରିଥିବା ଏହି ଚଳଚ୍ଚିତ୍ରଟିର ସପ୍ତାହର କାର୍ଯ୍ୟଦିନ ଗୁଡ଼ିକରେ ଆୟ କମ୍ ରହିଥିଲେ ମଧ୍ୟ ସପ୍ତାହ ଶେଷରେ ପୁଣି ଜୋରଦାର ଆୟ କରିଛି ।

“ଭୂତ ବଙ୍ଗଳା”ର ଜୋରଦାର ଆୟ

“ଭୂତ ବଙ୍ଗଳା”ଏପ୍ରିଲ ୧୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରେ ଫିଲ୍ମଟି ₹୧୨.୨୫ କୋଟି ରୋଜଗାର କରିଥିଲା। ଏହା ପୂର୍ବରୁ ପେଡ୍ ରିଭ୍ୟୁ ମାଧ୍ୟମରେ ₹୩.୭୫ କୋଟି ଆୟ ହୋଇଥିଲା। ପ୍ରଥମ ସପ୍ତାହରେ ଫିଲ୍ମର କଲେକ୍ସନ ₹୮୪.୪୦ କୋଟି ଥିବା ବେଳେ, ଦ୍ୱିତୀୟ ସପ୍ତାହରେ ଏହା ₹୪୩.୭୫ କୋଟି ଏବଂ ତୃତୀୟ ସପ୍ତାହରେ ₹୨୧.୮୫ କୋଟି ରୋଜଗାର କରିଥିଲା।
ଚତୁର୍ଥ ସପ୍ତାହରେ ମଧ୍ୟ ଫିଲ୍ମର ଚାହିଦା କମିନାହିଁ। ୨୨ତମ ଦିନ ଶୁକ୍ରବାରରେ ଫିଲ୍ମଟି ₹୧.୭୫ କୋଟି ଆୟ କରିଥିଲା। ଶନିବାର ଏହି ଆୟ ବଢ଼ି ₹୩ କୋଟିକୁ ପହଞ୍ଚିଥିଲା। ରବିବାର, ଅର୍ଥାତ୍ ୨୪ତମ ଦିନରେ, ଫିଲ୍ମଟି ଆହୁରି ବଡ଼ ଆୟ ସହ ₹୩.୯୫ କୋଟି ରୋଜଗାର କରିଛି। ଏହା ସହିତ ଫିଲ୍ମର ମୋଟ କଲେକ୍ସନ ₹୧୫୮.୭୦ କୋଟିରେ ପହଞ୍ଚିଛି।

ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ପରେଶ ରାୱଲ, ରାଜପାଲ ଯାଦବ, ତବୁ ଏବଂ ଭାମିକା ଗବ୍ବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହରର ଏବଂ କମେଡି ମିଶ୍ରିତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ମଧ୍ୟ ଫିଲ୍ମଟି ଧମାକାଦାର ଆୟ କରିଚାଲିଛି। ରିପୋର୍ଟ ଅନୁସାରେ “ଭୂତ ବଙ୍ଗଳା”ର ବିଶ୍ୱବ୍ୟାପୀ କଲେକ୍ସନ ₹୨୩୬.୬୩ କୋଟିରେ ପହଞ୍ଚିଛି। ପ୍ରାୟ ୧୨୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏବେ ବ୍ଲକବଷ୍ଟର ହେବା ଦିଗରେ ଗତି କରୁଛି।

 

 

 

ସୌଜନ୍ୟ ସମ୍ବାଦ