ଦେଶ ବିଦେଶ

Bye Election: ୩ ରାଜ୍ୟର ୬ ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ନନ୍ଦୀଗ୍ରାମ ସମେତ ସମସ୍ତ ଆସନରେ ଅକ୍ଟୋବର ୬ରେ ଭୋଟ୍‌

ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ପୁଡ଼ୁଚେରୀର ୫ ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ୍‌ (ଇସି) ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୬‌ ତାରିଖରେ ଭୋଟ୍‌ ଗ୍ରହଣ ହେବ ଏବଂ ୯ ତାରିଖରେ ଭୋଟ୍‌ ଗଣନା ହେବ।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ପୁଡ଼ୁଚେରୀର ୫ ବିଧାନସଭା ଆସନ ଏବଂ ଆସାମର ନଗାଓଁ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ୍‌ (ଇସି) ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୬‌ ତାରିଖରେ ଭୋଟ୍‌ ଗ୍ରହଣ ହେବ ଏବଂ ୯ ତାରିଖରେ ଭୋଟ୍‌ ଗଣନା ହେବ।

ପଶ୍ଚିମବଙ୍ଗରେ ନନ୍ଦୀଗ୍ରାମ ଏବଂ ରେଜିନଗରରେ ଉପନିର୍ବାଚନ ହେବ। ନନ୍ଦୀଗ୍ରାମ ଆସନକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଛାଡ଼ିବାପରେ ଉକ୍ତ ଆସନରେ ପୁଣିଥରେ ନିର୍ବାଚନ ଦରକାର ପଡ଼ିଛି। ଶୁଭେନ୍ଦୁ ଅଧିକାରୀ ଉଭୟ ନନ୍ଦୀଗ୍ରାମ ଏବଂ ଭବାନୀପୁର ଆସନରେ ନିର୍ବାଚନ ଲଢ଼ିଥିଲେ ଏବଂ ୨ଟି ଯାକ ଆସନରେ ଜିତିଥିଲେ। ତେବେ ଭବାନୀପୁରରେ ‌ଶୁଭେନ୍ଦୁ ତୃଣମୂଳ ମୁଖ୍ୟ ମମତା ବାନାର୍ଜୀଙ୍କୁ ହରାଇବାପରେ ସେ ଏହି ଆସନକୁ ରଖିଛନ୍ତି। ରେଜିନଗର ଆସନ ମଧ୍ୟ ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହୁମାୟୁନ କବୀର ଛାଡ଼ିବାପରେ ଏହି ଆସନରେ ନିର୍ବାଚନ ଦରକାର ପଡ଼ିଛି। ହୁମାୟୁନ କବୀର ଜଣେ ପୂର୍ବତନ ଟିଏମ୍‌ସି ନେତା। ସେ ଉଭୟ ରେଜିନଗର ଓ ନଓଡ଼ାରେ ଜିତିବାପରେ ରେଜିନଗର ଆସନରୁ ଇସ୍ତଫା ଦେଇଥିଲେ।

ତାମିଲନାଡ଼ୁରେ ମଦୁରାନ୍ତକମ୍‌(ଏସ୍‌ସି) ଏବଂ ଧରାପୁରମ୍ (ଏସ୍‌ଟି) ଆସନରେ ଉପନିର୍ବାଚନ ହେବ। ଏହି ୨ଟି ଆସନରେ ଉଭୟ ଏଆଇଏଡିଏମ୍‌କେ ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। କିନ୍ତୁ ୨ ବିଧାୟକ ପରେ ମୁଖ୍ୟମନ୍ତ୍ରୀ ବିଜୟ ସରକାରକୁ ସମର୍ଥନ କରି ଇସ୍ତଫା ଦେବାପରେ ଉକ୍ତ ୨ଟି ଆସନରେ ଉପନିର୍ବାଚନ ଦରକାର ପଡ଼ିଛି। ପୁଡ଼ୁଚେରୀରେ ଥଟ୍ଟନଚାବଡ଼ୀ ବିଧାନସଭା ଆସନ‌ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗସ୍ବାମୀ ଛାଡ଼ିବାପରେ ଉକ୍ତ ଆସନରେ ଉପନିର୍ବାଚନ ହେବ। ଆସାମର ନାଗାଓଁ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button