ପୁନଶ୍ଚ ପୃଥିବୀ

Climate Panchayar: ‘ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ’

‘ବୃକ୍ଷଲତା ଓ ଜଙ୍ଗଲକୁ ନେଇ ଆମ ପରିବେଶ ପରିପୁଷ୍ଟ। ମାଆ ଯେପରି ଆମକୁ ବଞ୍ଚାଇଥାଏ, ଠିକ୍ ସେମିତି ଗଛ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ ଓ ଜୀବିକା ଦେଇ ଆମ ଜୀବନର ଧାରାକୁ ଅବ୍ୟାହତ ରଖିଛି।

କାଳିଆପାଣି (ରବି ନାରାୟଣ କର): ‘ବୃକ୍ଷଲତା ଓ ଜଙ୍ଗଲକୁ ନେଇ ଆମ ପରିବେଶ ପରିପୁଷ୍ଟ। ମାଆ ଯେପରି ଆମକୁ ବଞ୍ଚାଇଥାଏ, ଠିକ୍ ସେମିତି ଗଛ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ ଓ ଜୀବିକା ଦେଇ ଆମ ଜୀବନର ଧାରାକୁ ଅବ୍ୟାହତ ରଖିଛି। ଅଧୁନା ଦେଶରେ ଖଣି, ଶିଳ୍ପାୟନ ଓ ସହରୀକରଣ ଏବଂ ବ୍ୟାପକ କୋଠାବାଡ଼ି ଓ ରାସ୍ତାଘାଟ ନିର୍ମାଣ ପାଇଁ ଜଙ୍ଗଲ କ୍ଷୟର ହାର ଚିନ୍ତାଜନକ। ଯାହାକି ମାନବ ସମାଜର ସ୍ଥାୟିତ୍ବ ପାଇଁ ସତର୍କ ଘଣ୍ଟି ହୋଇଛି। ଉଜୁଡ଼ା ପରିବେଶର ଭରଣା ଏବେ ଆମ ପାଇଁ ଆହ୍ବାନ ହୋଇଛି। ଏ କ୍ଷେତ୍ରରେ ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ’ ବୋଲି ମନ୍ତବ୍ୟ ରଖି ସାଧାରଣରେ ସଚେତନ କରାଇଛନ୍ତି ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ।

ଯାଜପୁରଜିଲ୍ଲା ନଗଡ଼ା ଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ପରିବେଶ ପରିବେଶ ପଞ୍ଚାୟତରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁଗ ‌ଯେତେ ଆଗଉଛି, ଜଙ୍ଗଲ ପରିମାଣ ସେତେ କମୁଛି ଦର୍ଶାଇ ଚିନ୍ତା ପ୍ରକଟ କରିଥିଲେ। ଖଣିଶିଳ୍ପ ପାଇଁ ପ୍ରାକୃତିକ ଜଳସ୍ତର କମୁଥିବା, ଧୂଳିଧୂଆଁ ଓ ଅଙ୍ଗାରକାମ୍ଳର ମାତ୍ରା ବଢ଼ୁଥିବା ଦର୍ଶାଇ ଆମ ତ୍ରୁଟିଯୁକ୍ତ ବ୍ୟବସ୍ଥାକୁ ଇଙ୍ଗିତକରି ପ୍ରକୃତିର ଭାରସାମ୍ୟ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ସର୍ବୋପରି ଆମେ ବଞ୍ଚିବାକୁ ହେଲେ ଆମ ପରିବେଶ ବଞ୍ଚାଇ ରଖିବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଥିଲେ। ପୁନଶ୍ଚ ପୃଥିବୀ ଓ ପରିବେଶ ପଞ୍ଚାୟତ ନାଁରେ ‘ସମ୍ବାଦ’ର ଏହିଭଳି ପଦକ୍ଷେପର ଭୂୟସୀ ପ୍ରଶଂସା କରି ଏହାକୁ ଦେଶ ସାରା ପ୍ରସାରିତ କରାଇପାରିଲେ ଆହୁରି ଭଲ ହୁଅନ୍ତା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ।

ନଗଡ଼ା ଉପକଣ୍ଠ ନାଲିଆଡାବ ଠାରେ ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ବୈଠକରେ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇ ନିର୍ବାଚନମଣ୍ଡଳୀ ସ୍ତରୀୟ ପରିବେଶ ପଞ୍ଚାୟତର ଲକ୍ଷ୍ୟ ଓ ଆଭିମୁଖ୍ୟ ଅବତାରଣା କରିଥିଲେ। ସମୁଦ୍ର ପତନ ଠାରୁ ୧୯୬୦ ଫୁଟ ଉଚ୍ଚତାରେ ଅବସ୍ଥିତ ପାହାଡ଼ୀ ପ୍ରାକୃତିକ ପରିବେଶରେ ଜୁନ ମାସ ଅନ୍ତିମ କ୍ଷଣରେ ସପ୍ତାହବ୍ୟାପୀ ବର୍ଷା ଉଭାନ ହୋଇଯିବା ଓ ଗଛମୂଳରେ ବିଳମ୍ବିତ ଅପରାହ୍ଣରେ ଅନୁଷ୍ଠିତ ସଭାମଞ୍ଚରେ ଅସହ୍ୟ ଗରମ ଅନୁଭୂତ ହେବା ପ୍ରାକୃତିକ ବିଲକ୍ଷଣ ବୋଲି ଦର୍ଶାଇ ଏ ଦିଗରେ ଜନ ସଚେତନତା ସୃଷ୍ଟି ‘ସମ୍ବାଦ’ର ଉଦ୍ଦେଶ୍ୟ ବୋଲି ସଂସ୍କରଣ ମୁଖ୍ୟ ଶ୍ରୀ ପଣ୍ଡା କହିଥିଲେ। ଏଥିରେ ନାଲିଆଡାବ ଅତିରିକ୍ତ ନଗଡ଼ା, ଗୁହିଆଶାଳ, ତୁମୁଣି ଓ ତଳଡିହର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

WhatsApp Image 2026-06-28 at 19.29.02

କଟକ ବନଖଣ୍ଡ ସହକାରୀ ବନ ସଂରକ୍ଷକ ପ୍ରମୋଦ କୁମାର ସେଠୀ ମୁଖ୍ୟବକ୍ତା ଭାବେ ଜଳବାୟୁ ପରିବର୍ତ୍ତନର ସ୍ଥିତି ଭୟାନକ ଦର୍ଶାଇ ସମୟକୁ ତାଳ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଁ ବୃକ୍ଷରୋପଣ ଓ ଏହାର ଯତ୍ନ ପାଇଁ ପରାମର୍ଶ ଦେଇଥିଲେ। ବିଶ୍ବରେ ଜନସଂଖ୍ୟ‌ା ଓ ଗଛର ଅନୁପାତ ୪୨୪ ଥିବା ସ୍ଥଳେ ଭାରତରେ ଏହାର ଅନୁପାତ ମାତ୍ର ୨୨ ବୋଲି ଦର୍ଶାଇ ମାନବ ସମାଜ ଏବେଠାରୁ ସଜାଗ ହେବାକୁ କହିଥିଲେ। ସୁକିନ୍ଦା ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା ଓ ସ୍ଥାନୀୟ ସରପଞ୍ଚ ଅଞ୍ଜଳି ଦେହୁରୀ ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଆମ ଜୀବନର ଆଧାର ବୋଲି ବିବୃତି ରଖି ସମସ୍ତେ ବର୍ଷକୁ ଅନ୍ୟୁନ ଗୋଟିଏ ଗଛ ଲଗାଇ ଏହାକୁ ପୁଅ ଭଳି ବଞ୍ଚାଇ ରଖିବା ଆହ୍ବାନ ‌ଦେଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button