ପୁନଶ୍ଚ ପୃଥିବୀ

Plantation drive: ପ୍ରତାପଶାସନ ଡିଗ୍ରି କଲେଜରେ ଚାରା ରୋପଣ

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପ ଶାସନ ଡିଗ୍ରି କଲେଜରେ ଆଜି ସମ୍ବାଦ ସାହିତ୍ୟଘର ଓ ଜୟଦେବ ବିକାଶ ପରିଷଦ ମିଳିତ ସହଯୋଗରେ ସମୂହ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପ ଶାସନ ଡିଗ୍ରି କଲେଜରେ ଆଜି ସମ୍ବାଦ ସାହିତ୍ୟଘର ଓ ଜୟଦେବ ବିକାଶ ପରିଷଦ ମିଳିତ ସହଯୋଗରେ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl

ଜୟଦେବ ବିକାଶ ପରିଷଦ ଅଧ୍ୟକ୍ଷ ସୁବ୍ରତ କୁମାର ମହାନ୍ତି, କଲେଜ ପ୍ରତିଷ୍ଠାତା ସଦସ୍ୟ ବେଣୁଧର ଭୋଇ, ପ୍ରକୃତି ବନ୍ଧୁ ତଥା ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି, ଦୀନବନ୍ଧୁ ଭୋଇ, ଝିଣ୍ଟି ଶାସନ ପୂର୍ବତନ ସରପଞ୍ଚ ରବି ନାରାୟଣ ପାତ୍ର, ବସନ୍ତ ଦାଶ, ରବୀନ୍ଦ୍ର ବାରିକ, ବିଜୟ କୁମାର ସାହୁ, ଅରବିନ୍ଦ ସାହୁ, ବିଧୁଭୁଷଣ ପଟ୍ଟନାୟକ, ଏନ୍‌ଏସ୍‌ଏସ୍‌ ଅଫିସର ରଂଜିତା ପ୍ରଧାନ, ସଂଜୀବ ମହାନ୍ତି, ପ୍ରସନ୍ନ ସାମନ୍ତରାୟ, ଶୁଭଲକ୍ଷ୍ମୀ ଭୋଳ, ରଶ୍ମିତା ଓଝା, ପ୍ରିୟଙ୍କା ମହାନ୍ତି, ପୂଜା ବାରିକ, ଇତିଶ୍ରୀ ମୁଦୁଲି, ରାଜେଶ ଭୋଇ, ସୁଧୀର ରାଉତରାୟଙ୍କ ସମେତ କଲେଜର ଅନ୍ୟାନ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେl ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେl ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଶତାଧିକ ଆମ୍ବ, ନିମ୍ବ, ଆକାଶିଆ ଆଦି ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲାl

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button