ରାଜ୍ୟ

College Election : କ୍ୟାମ୍ପେନରେ କମ୍ପୁଛି କଲେଜ କ୍ୟାମ୍ପସ୍, ଛାତ୍ର ନେତାଙ୍କ ଛାତି ଧଡ଼ଧଡ଼, ସୋସିଆଲ୍‌ ମିଡିଆରେ ଜମୁଛି ପ୍ରଚାର

ଭୁବନେଶ୍ୱର, ୯/୧୦ : ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ହେବ । ନେତାଙ୍କ ଭିତରେ ଟେନ୍‌ସନ୍‌  । ଚୟନ କରିଥିବା ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବନି ତ ? କେଉଁ ପ୍ରାର୍ଥୀ କାଳେ ଅନ୍ୟ ସଂଗଠନକୁ ଯିବେନି ତ ? ଏପରି ଅନେକ ପ୍ରଶ୍ନ ଓ ସନ୍ଦେହ ରହିଛି । ସେଥିଲାଗି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ କାହାକୁ କେଉଁ ପଦବି ପାଇଁ ଲଢ଼େଇବେ ତାହାକୁ କୌଣସି ଛାତ୍ର ସଂଗଠନ ପ୍ରକାଶ କରୁନାହାନ୍ତି । ଛାତ୍ର ବିଜେଡିର ତାଲିକା ପ୍ରକାଶ ସରିଛି ହେଲେ ଆଜି ନାମାଙ୍କନ ପରେ ପ୍ରାର୍ଥୀ ଘୋଷଣା କରାଯିବ । ଏବିଭିପି ଓ ବିଜେପି ଯୁବ ମୋର୍ଚ୍ଚା ମଧ୍ୟରେ ରହିଥିବା ମନମାଳିନକୁ ସମାଧାନ ସରିଛି । ସେମାନେ ଏକାଠି ଏକ ହୋଇ ନିର୍ବାଚନକୁ ଓହ୍ଲାଇବେ । ପ୍ରାର୍ଥୀ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । କେବଳ ଆଜି ସକାଳେ ତାଲିକା ଘୋଷଣା କରାଯିବ ।

ଛାତ୍ର କଂଗ୍ରେସ ମଧ୍ୟ ପଛରେ ପଡ଼ିନି । ଛାତ୍ର କଂଗ୍ରେସ ଏବଂ ଏଆଇଏସ୍‌ଏଫ୍‌ ମିଶି କରି ବାଣୀବିହାରରେ ପ୍ରାର୍ଥୀ ଦେବେ । କଂଗ୍ରେସ ଓ ଏଆଇଏସ୍‌ଏଫ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମିଳିତ ପ୍ରାର୍ଥୀ ତାଲିକା ମଧ୍ୟରେ ସୌରଭ ବେହେରା, ଜ୍ୟୋତିଶ୍ରୀ ସାହୁ, ଦିବ୍ୟ ଦର୍ଶନ ଦାଶ, ପପୁ ରାଉତ, ରାଜଲକ୍ଷ୍ମୀ, କ୍ରୀଷ୍ଣାପ୍ରିୟା, ଚନ୍ଦନ, ମାନସ ଓ ଅର୍ଚ୍ଚିତା ନାୟକଙ୍କ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ହେଲେ ଏହାରି ଭିତରୁ ସୌରଭ ବେହେରାଙ୍କୁ ସଭାପତି ପଦବି ପାଇଁ ପ୍ରାର୍ଥୀ କରାଯାଉଛି ବୋଲି ସୂଚନା ମିଳିଛି । ସବୁଠୁ ରୋଚକ କଥା ହେଉଛି, ଗତକାଲି ସକାଳେ ପପୁ ରାଉତ ଏଆଇଏସ୍‌ଏଫ୍‌ ପକ୍ଷରୁ ସଭାପତି ପଦବି ପାଇଁ ଲଢ଼େଇ କରୁଛନ୍ତି ବୋଲି ସୋସିଆଲ୍‌ ମିଡିଆରେ କ୍ୟାମ୍ପେନ୍‌ କଲେ ହେଲେ ସଂଧ୍ୟାରେ ଏଆଇଏସ୍‌ଏଫ୍‌ ସହ ଛାତ୍ର କଂଗ୍ରେସର ମିଶ୍ରଣ ପରେ ପପୁ ରାଉତ ଆଉ ସଭାପତି ପଦବି ପାଇଁ ପ୍ରାର୍ଥୀ ହେବେ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି । ତାଙ୍କୁ ଉପସଭାପତି ପଦବି ପାଇଁ ପ୍ରାର୍ଥୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button