ରାଜ୍ୟ

Dussehra Mandap Safety: ଦଶହରା ମଣ୍ଡପ ସୁରକ୍ଷା ପାଇଁ ଟିପିସିଓଡିଏଲ୍‌ର ମାର୍ଗଦର୍ଶିକା ଜାରି: ବୈଧ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନେବାକୁ ପରାମର୍ଶ

ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍‌ର ୨୪ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ୧୯୧୨ / ୧୮୦୦ ୨୦୨୭ ରେ ଉପଲବ୍ଧ ରହିବ।

ଭୁବନେଶ୍ୱର:  ପାର୍ବଣ ସମୟରେ ନିରାପଦ ତଥା ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପୂଜା କମିଟି, ଦୋକାନୀ, ବ୍ୟବସାୟୀ ଏବଂ ନାଗରିକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ କରିବା ସହ ଦଶହରା ସମୟରେ ଅସ୍ଥାୟୀ ବୈଧ ବିଦ୍ୟୁତ୍ ସଂଯୋଗ ନେବାକୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିବେଦନ କରାଯାଇଛି।

ସମଗ୍ର କେନ୍ଦ୍ର ଓଡ଼ିଶାରେ ପୂଜା ମଣ୍ଡପ, ଅସ୍ଥାୟୀ ଦୋକାନ ଏବଂ ଆଲୋକସଜ୍ଜା ହେବାକୁ ଥିବାରୁ, କମ୍ପାନୀର ସେକ୍ସନ, ସବ୍-ଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ସଂଯୋଗ ନେବାକୁ ଟିପିସିଓଡିଏଲ୍ ଆୟୋଜକମାନଙ୍କୁ ପରାମର୍ଶ ଦେଇଛି। ଏହାସହ ବେଆଇନ ହୁକିଂ ଏବଂ ଅଣଅଧିକୃତ ସଂଯୋଗ ବିରୁଦ୍ଧରେ ସତର୍କ କରାଇ ଦିଆଯାଇଛି, ଯାହା ବିଦ୍ୟୁତ୍ ଆଘାତ, ସର୍ଟ ସର୍କିଟ୍, ଅଗ୍ନିକାଣ୍ଡ, ଟ୍ରାନ୍ସଫର୍ମର ଓଭରଲୋଡିଂ ଏବଂ ବିଦ୍ୟୁତ୍ ବିଭ୍ରାଟ ଭଳି ବିପଦ ସୃଷ୍ଟି କରିପାରେ।

ବିଦ୍ୟୁତ୍ ଆଘାତରୁ ସୁରକ୍ଷା ପାଇଁ ପଞ୍ଜୀକୃତ ଇଲେକ୍ଟ୍ରିସିଆନ ନିୟୋଜିତ କରିବା, ସଠିକ୍ ୱାୟାରିଂ, ଉପଯୁକ୍ତ ଆର୍ଥିଂ ଏବଂ ୩୦ ଏମ୍ଏ ଆରସିସିବି ସ୍ଥାପନ ନିଶ୍ଚିତ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଆୟୋଜକମାନଙ୍କୁ ଏଲ୍‌ଇଡି ଲାଇଟ୍ ବ୍ୟବହାର କରିବା, ଇଲେକ୍ଟ୍ରିକାଲ ସର୍କିଟ୍ ଏବଂ ସକେଟ୍‌ରେ ଅତ୍ୟଧିକ ଭାର (ଓଭରଲୋଡିଂ) ନ ଦେବା, ମାନକ ଗୁଣବତ୍ତା ବିଶିଷ୍ଟ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବା ଏବଂ ମଣ୍ଡପରେ ଅଗ୍ନିଶମ ଯନ୍ତ୍ର (ଫାୟାର ଏକ୍ସଟିଙ୍ଗୁଇସର୍) ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button