ବାଣିଜ୍ୟ

Edible oil: ଖାଇବା ତେଲ ପ୍ୟାକେଟ୍‌ ବିଜ୍ଞପ୍ତିକୁ ଫ୍ରିଡମ୍‌ ଅଏଲ୍‌ର ସ୍ବାଗତ

ଖାଇବା ତେଲ ପ୍ୟାକେଟ୍‌ର ମାନକକୁ ନେଇ ଉପଭୋକ୍ତା ବ୍ୟାପାର ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ବାରା ଗ୍ରାହକମାନେ ଅଧିକ ସ୍ପଷ୍ଟତା ସହ ତେଲ କ୍ରୟ ନିଷ୍ପତ୍ତି ନେଇପାରିବେ।

ଭୁବନେଶ୍ବର: ଖାଇବା ତେଲ ପ୍ୟାକେଟ୍‌ର ମାନକକୁ ନେଇ ଉପଭୋକ୍ତା ବ୍ୟାପାର ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ବାରା ଗ୍ରାହକମାନେ ଅଧିକ ସ୍ପଷ୍ଟତା ସହ ତେଲ କ୍ରୟ ନିଷ୍ପତ୍ତି ନେଇପାରିବେ। ଫ୍ରିଡମ୍‌ ଅଏଲ୍‌ ‌ହେଉଛି ପ୍ରଥମ ବ୍ରାଣ୍ଡ୍‌ ଯାହା ଖାଇବା ତେଲ ପ୍ୟାକେଟ୍‌ରେ ଅସଙ୍ଗତି ସମସ୍ୟା ସାମନାକୁ ଆଣିଥିଲା ଓ ଗ୍ରାହକମାନଙ୍କୁ ସେ ନେଇ ସଚେତନ କରିଥିଲା।

ସେଥିପାଇଁ ପ୍ୟାକ୍‌ ରିଭ୍ୟୁ ସିଷ୍ଟମ୍‌, ଚୁନା ଲଗା ଓ ଧ୍ୟାନ ସେ ଲିଜିୟେ ଭଳି ସଚେତନତା ଅଭିଯାନ ଚଲାଇଥିଲା। ଏହି ଅବସରରେ ଫ୍ରିଡମ୍‌ ଅଏଲ୍‌ର ବରିଷ୍ଠ ଉପସଭାପତି (ସେଲ୍‌ସ ଓ ମାର୍କେଟିଂ) ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ ଖାଇବା ତେଲ ପ୍ୟାକେଟ୍‌ର ମାନକ ବିଜ୍ଞପ୍ତି ପାଇଁ ଆମେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛୁ। ଏହା ଗ୍ରାହକଙ୍କ ଦୃଷ୍ଟିରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। କମ୍ପାନିର ମାର୍କେଟିଂ ମୁଖ୍ୟ ଚେତନ ପିମ୍ପଲଖୁଟେ କହିଛନ୍ତି ଯେ ଫ୍ରିଡମ୍‌ ଅଏଲ୍‌ରେ ଆମେ ସର୍ବଦା ସ୍ପଷ୍ଟ ଓ ବ୍ୟବହାର ଉପଯୋଗୀ ସୂଚନା ଜରିଆରେ ଗ୍ରାହକଙ୍କୁ ସଶକ୍ତ କରୁଛୁ ଯାହା ଜରିଆରେ ସେମାନେ ଉତ୍ତମ କ୍ରୟ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ସେହି ଅଭ୍ୟାସ ପ୍ରତି ଆମେ ପ୍ରତିବଦ୍ଧ ରହିଛୁ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button