ବାଣିଜ୍ୟ

Health: ମଣିପାଲ ହସ୍ପିଟାଲରେ ମା ଓ ଶିଶୁ ପାଇଲେ ନୂଆ ଜୀବନ

ସଠିକ ସମୟରେ ଚିକିତ୍ସା ଓ ଡାକ୍ତରୀ ଦଳର ନିରନ୍ତନ ଉଦ୍ୟମ ଫଳରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରାଯାଇଛି। ଗର୍ଭାବସ୍ଥାର ଶେଷ ସପ୍ତାହରେ ମହିଳା ଜଣକ ଗୁରୁତର ଜଟିଳତାର ଶିକାର...

ଭୁବନେଶ୍ୱର: ସଠିକ ସମୟରେ ଚିକିତ୍ସା ଓ ଡାକ୍ତରୀ ଦଳର ନିରନ୍ତନ ଉଦ୍ୟମ ଫଳରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରାଯାଇଛି। ଗର୍ଭାବସ୍ଥାର ଶେଷ ସପ୍ତାହରେ ମହିଳା ଜଣକ ଗୁରୁତର ଜଟିଳତାର ଶିକାର ହେବା ସହ ହଠାତ୍ ତାଙ୍କ ହାର୍ଟ ବନ୍ଦ ହୋଇଯାଇଥିଲା। ତେବେ ମଣିପାଲ ହସ୍ପିଟାଲର ଡାକ୍ତରମାନଙ୍କ ତତ୍ପରତା ଯୋଗୁଁ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

ଢେଙ୍କାନାଳ ଜିଲ୍ଲାର ବାଙ୍ଗୁରା ଗାଁର ଜଣେ ମହିଳା ଗର୍ଭାବସ୍ଥାର ଶେଷ ସପ୍ତାହରେ ଥିବା ବେଳେ ରାତିରେ ହଠାତ୍ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ପରୀକ୍ଷା ପରେ ତାଙ୍କ ରକ୍ତଚାପ ୨୦୦/୧୪୦ ଏମ୍‌ଏମ୍‌ଏଚ୍‌ଜି ଥିବା ଜଣାପଡ଼ିଥିଲା, ଯାହା ମା’ ଓ ଗର୍ଭସ୍ଥ ଶିଶୁ ଉଭୟଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ଥିଲା। ପ୍ରଥମେ ନିକଟସ୍ଥ ଏକ ସ୍ଥାନୀୟ ନର୍ସିଂହୋମରେ ତାଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ୱ ବୁଝି ଉନ୍ନତ ଜରୁରୀ ଓ କ୍ରିଟିକାଲ କେୟାର ସୁବିଧା ଥିବା ଏକ ବଡ଼ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ନେଇଆସିଥିଲେ।

ମଣିପାଲ ହସ୍ପିଟାଲର ଜରୁରୀ ବିଭାଗରେ ପହଞ୍ଚିିବା ପରେ ଡାକ୍ତରମାନେ ତାଙ୍କର ପ୍ରାଥମିକ ପରୀକ୍ଷା ପରେ  ମହିଳା ଜଣଙ୍କ ‘ସିଭିୟର ପ୍ରି-ଏକ୍ଲାମ୍ପସିଆ’ରେ ପୀଡ଼ିତ ବୋଲି ଚିହ୍ନଟ କରିଥିଲେ। ଏହା ଗର୍ଭାବସ୍ଥାର ଏକ ଗୁରୁତର ଜଟିଳତା, ଯାହାର ତୁରନ୍ତ ଚିକିତ୍ସା ନ ହେଲେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ପ୍ରାରମ୍ଭିକ ପରୀକ୍ଷା ସମୟରେ ହଠାତ୍ ମହିଳାଙ୍କ ହାର୍ଟ ବନ୍ଦ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଜରୁରୀ ଚିକିତ୍ସା ଡାକ୍ତରୀ ଦଳ ସିପିଆର୍ (CPR) ସହିତ ଜୀବନ ରକ୍ଷାକାରୀ ଚିକିତ୍ସା ଆରମ୍ଭ କରି ତାଙ୍କୁ ପୁଣି ଜୀବନ ଦେଇଥିଲେ।

ଭେଣ୍ଟିିଲେଟରରେ ଜରୁରୀ ପ୍ରସବ 
ଏହାପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ଆଇସିୟୁରେ ଭର୍ତ୍ତିି କରାଯାଇଥିଲା। ସେଠାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ନିୟମିତ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ। ଗର୍ଭାବସ୍ଥାର ଶେଷ ମାସରେ ଥିବାରୁ ଗର୍ଭସ୍ଥ ଶିଶୁର ସୁରକ୍ଷାକୁ ଦୃଷ୍ଟିରେ ରଖି ଭେଣ୍ଟିିଲେଟରରେ ଥିବା ଅବସ୍ଥାରେ ଜରୁରୀ ପ୍ରସବ କରାଯାଇଥିଲା। ଏହି ପ୍ରସବ ମଣିପାଲ ହସ୍ପିଟାଲର ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ  ଡାକ୍ତର ହରପ୍ରୀତ କୌରଙ୍କ ନେତୃତ୍ୱରେ ହୋଇଥିଲା। ମଣିପାଲ ହସ୍ପିଟାଲର ବରିଷ୍ଠ କ୍ରିଟିକାଲ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରା, ଆଇସିୟୁ ଓ ନବଜାତ ଶିଶୁ ଚିକିତ୍ସା ଡାକ୍ତର ଓ ନର୍ସଙ୍କ ଟିମ୍ ଉଭୟ ମହିଳା ଓ ନବଜାତ ଶିଶୁର ଯତ୍ନ ନେଇଥିଲେ।

 

ମା’-ଶିଶୁ ସୁସ୍ଥ
ଚିକିତ୍ସା ପରେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା। ନବଜାତ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେବା ସହ ସମ୍ପୂର୍ଣ୍ଣ ସମୟ ସୁସ୍ଥ ରହିଥିଲା। ଅନ୍ୟପକ୍ଷରେ ମହିଳା ତିନି ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟର ସହାୟତାରେ ରହିବା ପରେ ଧୀରେଧୀରେ ସୁସ୍ଥ ହୋଇଥିଲେ।
ଏହି ସମ୍ପର୍କରେ ମଣିପାଲ ହସ୍ପିଟାଲର ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ହରପ୍ରୀତ କୌର  କହିଛନ୍ତି, ଏହି ପ୍ରସବ ଅତ୍ୟନ୍ତ ଜଟିଳ ପରିସ୍ଥିତି ଥିଲା, ଯେଉଁଠାରେ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଗର୍ଭାବସ୍ଥାରେ ମା’ଙ୍କ ହୃଦୟ ବନ୍ଦ ହୋଇଗଲେ ଶିଶୁର ଅମ୍ଳଜାନ ଯୋଗାଣ ମଧ୍ୟ ପ୍ରଭାବିତ ହୁଏ। ତୁରନ୍ତ ଚିକିତ୍ସା ଓ ସମୟୋପଯୋଗୀ ପ୍ରସବ ଯୋଗୁଁ ମା’ ଓ ଶିଶୁଙ୍କ ଜୀବନ ରକ୍ଷା ସମ୍ଭବ ହୋଇପାରିଲା।

ଅତ୍ୟଧିକ ରକ୍ତଚାପ ଜୀବନ ପ୍ରତି ବିପଦ
ମଣିପାଲ ହସ୍ପିଟାଲର ବରିଷ୍ଠ କ୍ରିଟିକାଲ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରା କହିଛନ୍ତି, ଗର୍ଭାବସ୍ଥା ସମୟରେ ଅତ୍ୟଧିକ ରକ୍ତଚାପ ଶୀଘ୍ର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସମୟରେ ରେଫର କରାଯିବା, ତୁରନ୍ତ ଚିକିତ୍ସା, ଉନ୍ନତ କ୍ରିଟିକାଲ କେୟାର ଓ ବିଭିନ୍ନ ବିଭାଗର ଡାକ୍ତରଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ମାଓ ଶିଶୁଙ୍କ ଜୀବନ ଫେରି ଆସିବା ସମ୍ଭବ ହୋଇଛି। ଏହି ସଫଳ ଚିକିତ୍ସା ପୁଣିଥରେ ପ୍ରମାଣ କରିଛି ଯେ, ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଉନ୍ନତ କ୍ରିଟିକାଲ କେୟାର ସୁବିଧା, ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ଓ ବହୁବିଭାଗୀୟ ଚିକିତ୍ସା ବ୍ୟବସ୍ଥା ଜଟିଳରୁ ଜଟିଳ ମାତୃ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ସଫଳ ଫଳାଫଳ ଦେବାରେ ସକ୍ଷମ।

ସଂକ୍ଷେପରେ ମଣିପାଲ ହସ୍ପିଟାଲ୍ 
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ମଣିପାଲ ହସ୍ପିଟାଲ୍ ଭାରତର ଶୀର୍ଷ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟତମ। ଏଠାରେ ବାର୍ଷିକ ୮୦ ଲକ୍ଷରୁ ଅଧିକ ରୋଗୀଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଭାରତର ୨୪ଟି ସହରରେ ମଣିପାଲ୍ର ୪୯ଟି ହସ୍ପିଟାଲ୍ ରହିଛି, ଯେଉଁଠାରେ ୧୨,୬୦୦ ଶଯ୍ୟା (ଈରୟଗ୍ଦ) ର ବ୍ୟବସ୍ଥା ଅଛି। ଏହି ବିଶାଳ ନେଟୱାର୍କରେ ୧୧,୦୦୦ରୁ ଅଧିକ ଅଭିଜ୍ଞ ଡାକ୍ତର ଏବଂ ୩୪,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମଣିପାଲ ହସ୍ପିଟାଲ୍ ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ରୋଗ ନିରାକରଣ ଏବଂ ପ୍ରତିଷେଧକ ଚିକିତ୍ସା ସେବା ଯୋଗାଇଥାଏ। ଏହି ହସ୍ପିଟାଲ୍ ସମୂହ ଇଇଐଜଚଚ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଏହାର ଅଧିକାଂଶ ହସ୍ପିଟାଲ୍ ଘଇଈଐ, ଘଇଈଖ, ଋଜ ଏବଂ ବ୍ଲଡ୍ ବ୍ୟାଙ୍କ୍ ମାନ୍ୟତାପ୍ରାପ୍ତ। ଏହା ସହିତ ଉତ୍କୃଷ୍ଟ ନର୍ସିଂ ସେବା ପାଇଁ ମଧ୍ୟ ଏହି ହସ୍ପିଟାଲ୍ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button