ଜାତୀୟମହାନଗର

Education: ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟରେ ଭାରତର ପ୍ରଥମ କ୍ବାଣ୍ଟମ୍‌ ବ୍ୟବସ୍ଥା

ଅମରାବତୀ: ବିଶ୍ବ କ୍ବାଣ୍ଟମ୍‌ ଦିବସ ଅବସରରେ ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ-ଏପିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଭାରତର ପ୍ରଥମ କ୍ବାଣ୍ଟମ୍‌ ରେଫରେନ୍ସ ଫାସିଲିଟି (କ୍ୟୁଆର୍‌ଏଫ୍‌)କୁ ଉଦ୍‌ଘାଯନ କରିଛନ୍ତି। କ୍ବାଣ୍ଟମ୍‌ ସବୁ ଜ୍ଞାନକୌଶଳର ଜନ୍ମଦାତ୍ରୀ। ଏହା ଭାରତରେ କମ୍ପ୍ୟୁଟିଂର ଭବିଷ୍ୟତକୁ ବଦଳାଇବ ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ଦ୍ର ପ୍ରଯୁକ୍ତି ସଚିବ ପ୍ରଫେସର ଅଭୟ କରନ୍ଦିକର, ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର ଅଜୟ କୁମାର ସୁଦ, ବିଶ୍ବବିଦ୍ୟାଳୟର ପ୍ରୋ-ଚାନ୍‌ସେଲର୍‌ ଡକ୍ଟର ପି ସତ୍ୟନାରାୟଣ ଓ ଭାଇସ୍‌ ଚାନ୍‌ସେଲର ପ୍ରଫେସର ସିଏଚ୍‌ ସତୀଶ କୁମାର, ଏପି ରାଜ୍ୟ କ୍ବାଣ୍ଟମ୍‌ ମିସନର ନିର୍ଦ୍ଦେଶକ ସି ଭି ଶ୍ରୀଧର, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି କାମକୋଟି, ଆଇଆଇଟି ତିରୁପତିର ନିର୍ଦ୍ଦେଶକ ପ୍ରଫେସର କେ ସତ୍ୟନାରାୟଣ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button