ରାଜ୍ୟ

Elections cancelled: ୧୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ: ସରିଲା ପ୍ରାର୍ଥିପତ୍ର ଦାଖଲ

ଛାତ୍ରସଂସଦ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ଆଜି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପ୍ରାର୍ଥିପତ୍ର ଦାଖଲ ‌‌ଶେଷ ହୋଇଛି।

ଭୁବନେଶ୍ବର: ଛାତ୍ରସଂସଦ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ଆଜି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପ୍ରାର୍ଥିପତ୍ର ଦାଖଲ ‌‌ଶେଷ ହୋଇଛି। ସେଗୁଡ଼ିକୁ ଯାଞ୍ଚ୍‌ କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩୪୮ଟି କଲେଜରେ ନିର୍ବାଚନ ହେଉଛି। ଏଥି ପାଇଁ ମୋଟ୍ ୮୩୨୫ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ତାହା ମଧ୍ୟରୁ ୧୧୫୬ଟି ବିଭିନ୍ନ କାରଣରୁ ବାତିଲ୍‌ ହୋଇଯାଇଥିଲା। ୭୧୬୯ଟି ବୈଧ ପ୍ରାର୍ଥିପତ୍ର କାଏମ୍‌ ରହିଛି। ରାତି ୧୦ଟା ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକର ବୈଧ ପ୍ରାର୍ଥୀ ତାଲିକା ସମ୍ପର୍କରେ ସୂଚନା ମିଳି ନାହିଁ। ତେବେ ମହାବିଦ୍ୟାଳୟଗୁଡ଼ିକରେ ୧୬୨୦ ଜଣ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ଆଜି ପ୍ରାର୍ଥିପତ୍ର ଦାଖଲ ବେଳେ ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ମାର୍‌ପିଟ୍‌ ହୋଇଥିବା ଖବର ମିଳିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button