ରାଜ୍ୟ
Mahaprayan: ମିଳିଲାନି ମହାପ୍ରୟାଣ ସେବା: ମୃତଦେହ ଆଣିବାକୁ ବନ୍ଧା ପଡ଼ିଲା ରାସନକାର୍ଡ
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ସେବା। ପରିବାର ଲୋକେ ବାଧ୍ୟ ହୋଇ ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବଲାନ୍ସ ଭଡ଼ା କଲେ।

ପାପଡ଼ାହାଣ୍ଡି: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ପରେ ମିଳିଲାନି ମହାପ୍ରୟାଣ ସେବା। ପରିବାର ଲୋକେ ବାଧ୍ୟ ହୋଇ ରାସନ କାର୍ଡ ବନ୍ଧକ ରଖି ଘରୋଇ ଆମ୍ବଲାନ୍ସ ଭଡ଼ା କଲେ। ମୃତଦେହ ଘରକୁ ଆଣି ସତ୍କାର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଦଳେଇଗୁଡ଼ା ଗ୍ରାମର ନକୁଳ ଭତରାଙ୍କ ପତ୍ନୀ ଅମ୍ବିକା ନାୟକ ସେପ୍ଟେମ୍ବର ୨୯ ତାରିଖରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ।
ସୌଜନ୍ୟ ସମ୍ବାଦ




