ରାଜ୍ୟ

Exam results: ଯୁକ୍ତ୨ ତତ୍କାଳ ପରୀକ୍ଷାଫଳ ପ୍ରକାଶ: ୧୭୩୫ରୁ ୧,୪୦୩ ଉତ୍ତୀର୍ଣ୍ଣ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ତତ୍କାଳ(ଇନ୍‌ଷ୍ଟାଣ୍ଟ) ଓ ଉନ୍ନତି(ଇମ୍ପ୍ରୁଭ୍‌ମେଣ୍ଟ) ପରୀକ୍ଷାଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି। କଳା ବିଭାଗରେ ପରୀକ୍ଷା ଦେଇଥିବା ୧,୦୮୩ଜଣଙ୍କ ମଧ୍ୟରୁ ୯୩୯ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୮୬.୭୦% ହୋଇଛି।

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ତତ୍କାଳ(ଇନ୍‌ଷ୍ଟାଣ୍ଟ) ଓ ଉନ୍ନତି(ଇମ୍ପ୍ରୁଭ୍‌ମେଣ୍ଟ) ପରୀକ୍ଷାଫଳ ଆଜି ଅପରାହ୍ଣରେ ପ୍ରକାଶ ପାଇଛି। କଳା ବିଭାଗରେ ପରୀକ୍ଷା ଦେଇଥିବା ୧,୦୮୩ଜଣଙ୍କ ମଧ୍ୟରୁ ୯୩୯ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୮୬.୭୦% ହୋଇଛି। ପରୀକ୍ଷା ଦେଇଥିବା ୫୭୭ ଛାତ୍ରଙ୍କ ମଧ୍ୟରୁ ୪୮୨ ଓ ୫୦୬ ଛାତ୍ରୀଙ୍କ ମଧ୍ୟରୁ ୪୫୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭୭ଜଣ ପ୍ରଥମ, ୩୫୩ଜଣ ଦ୍ବିତୀୟ ଓ ୫୦୯ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟ ବିଭାଗରେ ୪୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୧.୬୩% ହୋଇଛି। ୩୦ଜଣ ଛାତ୍ରଙ୍କ ମଧ୍ୟରୁ ୨୫ ଓ ୧୯ଜଣ ଛାତ୍ରୀଙ୍କ ମଧ୍ୟରୁ ୧୫ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୮, ଦ୍ବିତୀୟ ଶ୍ରେଣୀରେ ୧୭ ଓ ତୃତୀୟ ଶ୍ରେଣୀରେ ୧୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ୫୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦୮ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୯.୭୪% ହୋଇଛି। ପରୀକ୍ଷା ଦେଇଥିବା ୩୨୬ ଛାତ୍ରଙ୍କ ମଧ୍ୟରୁ ୨୨୬ ଓ ୨୫୯ ଛାତ୍ରୀଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୨୧୭, ଦ୍ବିତୀୟ ଶ୍ରେଣୀରେ ୧୭୦ ଓ ତୃତୀୟ ଶ୍ରେଣୀରେ ୨୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜ‌ଣେ ପରୀକ୍ଷାର୍ଥୀ କମ୍ପାଟ୍‌ମେଣ୍ଟ ପାଇଁ ରହିଛନ୍ତି। ଧନ୍ଦାମୂଳକରେ ପରୀକ୍ଷା ଦେଇଥିବା ୧୭ଜଣଙ୍କ ମଧ୍ୟରୁ ୧୬ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୪, ଦ୍ବିତୀୟରେ ୯ ଓ ତୃତୀୟ ଶ୍ରେଣୀରେ ୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button