ରାଜ୍ୟ

Expired Medicine ଏକ୍ସପାଇରି ଔଷଧ ଖାଇ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର/ବାଂଶପାଳ: ‌କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ନାବାଳିକା ଝିଅ (୧୧ବର୍ଷ)  ଏକ୍ସପାଇରି ‌ଔଷଧ ଖାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଗତ ଗୁରୁବାର (୪ ଜୁନ୍‌) ସନ୍ଧ୍ୟାରେ ଆଶାକର୍ମୀ ଶ୍ରୀଦେବୀଙ୍କ ଝିଅ ହୀରାମଣି ଓ ପୁଅ ଗଗନ (୧୩)ଙ୍କୁ ଜ୍ବର ହୋଇଥିଲା। ଆଶାକର୍ମୀ ଏଥିପାଇଁ ସିଂପୁର ଏଏନଏମ୍ ‌କେନ୍ଦ୍ର ଯାଇ ଔଷଧ ଆଣିଥିଲେ। ଆଣିଥିବା ଔଷଧରୁ ଦୁଇଟି ବଟିକା ଖାଇବା ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ସ୍ଥାନାନ୍ତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ସୋମବାର) ପୂର୍ବାହ୍‌ଣରେ ହୀରାମଣି ନାୟକଙ୍କ ମୃତ୍ୟୁ ଘଟିଥିଲା।

ଏହି ମୃତ୍ୟୁ ନିମନ୍ତେ ଆଶାକର୍ମୀ ଓ ତାଙ୍କ ପରିବାର ଏଏନ୍‌ଏମ୍‌ କେନ୍ଦ୍ର ଓ କେନ୍ଦ୍ରର ଏଏନ୍‌ଏମ୍‌ ଗୌରିମଣି ମହାନ୍ତଙ୍କୁ ଦାୟି କରିଛନ୍ତି। ସେ ଏକ୍ସପାଇରି ଔଷଧ ଦେଇଥିବାରୁ ତାଙ୍କର ଝିଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି।

ତେବେ ଘଟଣା ସମ୍ପର୍କରେ, ଏଯାଏଁ ପୁଲିସ କିମ୍ବା ବିଭାଗୀୟ ଉଚ୍ଚାଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button