ଦେଶ ବିଦେଶ

Fire: ଥାଇଲ୍ୟାଣ୍ଡର ଫୁକେଟରେ ଭୟାବହ ଅଗ୍ନିକାଣ୍ଡ: ୧୧ ମୃତ, ୧୬ ଆହତ

ସୋମବାର ପ୍ରତ୍ୟୁଷରେ ଥାଇଲ୍ୟାଣ୍ଡର ରିସର୍ଟ ଦ୍ୱୀପ ଫୁକେଟରେ ଏକ ଚାରି ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଥିବା ପୁଲିସ କହିଛି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବ୍ୟାଙ୍କକ: ସୋମବାର ପ୍ରତ୍ୟୁଷରେ ଥାଇଲ୍ୟାଣ୍ଡର ରିସର୍ଟ ଦ୍ୱୀପ ଫୁକେଟରେ ଏକ ଚାରି ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଥିବା ପୁଲିସ କହିଛି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ରେଷ୍ଟୁରାଣ୍ଟ ଏବଂ ଭଡା ଘର ଥିବା ଏକ ବାଣିଜ୍ୟିକ କୋଠାରେ ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନିଆଁ ଆଖପାଖ କୋଠାକୁ ବ୍ୟାପି ଯାଇଥିଲା।

ଘଟଣାର ତଦନ୍ତ ଜାରି 
ପ୍ରବଳ ଧୂଆଁ ଯୋଗୁଁ ନିଶ୍ବାସ ନେବାରେ ସମସ୍ୟା ଉପୁଜିଥିବା କିଛି ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ପନ୍ଦର ଜଣ ଥାଇ ନାଗରିକ ଥିବାବେଳେ ଜଣେ ମିଆଁମାର ନାଗରିକ ଅଛନ୍ତି। ମୃତ କିମ୍ବା ଆହତଙ୍କ ମଧ୍ୟରେ କୌଣସି ପର୍ଯ୍ୟଟକ ନାହାନ୍ତି ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି।

କୋଠା ଫୁକେଟର ପଶ୍ଚିମ ଉପକୂଳରେ ଥିବା ପାଟୋଙ୍ଗ ନିକଟସ୍ଥ ସହରରେ ଅବସ୍ଥିତ। ପାଟୋଙ୍ଗ ହେଉଛି ଫୁକେଟର ସବୁଠାରୁ ଲୋକପ୍ରିୟ ବେଳାଭୂମି ସ୍ଥାନ ମଧ୍ୟରୁ ଗୋଟିଏ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button