ଦେଶ ବିଦେଶ
Fire in flight: ମଝି ଆକାଶରେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଲା; ହାଇଦ୍ରାବାଦରେ ଜରୁରୀ ଅବତରଣ
ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ମଝି ଆକାଶରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ତୁରନ୍ତ ନିଆଁକୁ...

ହାଇଦ୍ରାବାଦ: ଦିଲ୍ଲୀରୁ ଚେନ୍ନାଇଗାମୀ ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯିବା ପରେ ମଝି ଆକାଶରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ବିମାନର କ୍ରୁ ସଦସ୍ୟମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ତୁରନ୍ତ ନିଆଁକୁ ଆୟତ୍ତ ଆଣିଥିଲେ। ରବିବାର ଏହି ଘଟଣା ଘଟିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଇଣ୍ଡିଗୋ ବିମାନ ୬ଇ ୬୧୧୫ର ମାର୍ଗ ପରିବର୍ତ୍ତନ କରି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




