Giant Ganesha: ବିଶାଳଙ୍କ ଗଣେଶ କରୁଛନ୍ତି ଜଳ ପ୍ରଦୂଷଣ ହ୍ରାସ

ନିଜର ଅଭିନବ ଉଦ୍ୟମ ଦ୍ୱାରା ପରିବେଶ ସଚେତନତା ସୃଷ୍ଟି କରି ଉଦାହାରଣ ପାଲଟିଛନ୍ତି ଯୁବ ଇଞ୍ଜିନିୟର୍‌ ବିଶାଳ। ଗଣେଶ ପୂଜା ସମୟରେ କାଳକାଳରୁ ପ୍ରଚଳିତ ହୋଇ ଆସୁଥିବା ‘ପ୍ଲାଷ୍ଟର୍‌ ଅଫ୍‌ ପ୍ୟାରିସ୍‌’ ବା ‘ପିଓପି’ ମୂର୍ତ୍ତି ପରିବେଶକୁ କ୍ଷତି କରୁଥିବା ବେଳେ ଫିଟିକିରି ଦ୍ବାରା ମୂର୍ତ୍ତି ତିଆରି କରି ପରିବେଶ ସୁରକ୍ଷାର ଏକ ନୂଆ ଦିଗକୁ ସେ ଉନ୍ମୋଚନ କରିଛନ୍ତି। ଆଠବର୍ଷ ତଳେ ସେ ଯେତେବେଳେ ତାଙ୍କ ଅଫିସ୍‌ର ଗଣେଶ ପୂଜା ପାଇଁ ଏକ ମୂର୍ତ୍ତି ମଗାଇଲେ ତାହା ବିସର୍ଜନ ପରେ କିଭଳି ଜଳ ପ୍ରଦୂଷଣ ହେବ, ସେଇକଥା ତାଙ୍କୁ ବିବ୍ରତ କ‌ରିଥିଲା। ‌େତଣୁ ସେ କିଛି ବିକଳ୍ପ ଚିନ୍ତା କରିବାକୁ ଲାଗିଲେ।
ତ‌ାଙ୍କୁ ପିଲାଟିଦିନରୁ ଗଣେଶ ମୂର୍ତ୍ତି ଗଢ଼ିବାକୁ ଭଲ ଲାଗେ। ପରିବେଶ ସୁରକ୍ଷା ପ୍ରତି ପିଲାଟିଦିନରୁ ମଧ୍ୟ ସେ ବେଶ୍‌ ସ‌ଚେତନ ଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଉଭୟ ପରିବେଶପ୍ରୀତି ଓ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରତି ତାଙ୍କର ଅାଗ୍ରହ ବଢ଼ିଚାଲିଥିଲା। ପରିବେଶ ସୁରକ୍ଷାକୁ ଅକ୍ଷୁଣ୍ଣ ରଖି ଗଣେଶ ମୂର୍ତ୍ତି ଗଢ଼ିବାର ଚିନ୍ତାଧାରା ତାଙ୍କୁ ‘ବିଶାଳ ଆଲମ୍‌ ଆଇଡଲ୍‌ୱାଲା’ର ପରିଚୟ ‌େଦଲା।