ଜାତୀୟ

Giraffe Adoption: ଝିଅର ଜନ୍ମଦିନରେ ଜିରାଫକୁ ପୋଷ୍ୟ, ୫.୫୧ ଲକ୍ଷରେ ‘ସୁଜାତା’କୁ ଆପଣାଇଲେ ମା’

ଲକ୍ଷ୍ନୌ, , ୨୬/୦୯: ଝିଅର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗର ଉପାଧ୍ୟକ୍ଷ ଅପର୍ଣ୍ଣା ଯାଦବ। ନିଜ ସାନଝିଅ ପଦ୍ମଜାଙ୍କ ୮ମ ଜନ୍ମଦିନ ଅବସରରେ ସେ ଲକ୍ଷ୍ନୌ ଚିଡ଼ିଆଖାନାର ଏକ ମାଈ ଜିରାଫ ‘ସୁଜାତା’କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏଥିସହ ସୁଜାତାର ଦେଖାଶୁଣା ଓ ଖାଦ୍ୟ ପାଇଁ ଚିଡ଼ିଆଖାନା ପ୍ରଶାସନକୁ ୫.୫୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସୋମବାର ପଦ୍ମଜା ଲକ୍ଷ୍ନୌ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ସେଠାରେ ମାଈ ଜିରାଫ ସୁଜାତା ତାଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ସୁଜାତାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସେ ମା’ ଅପର୍ଣ୍ଣାଙ୍କ ନିକଟରେ ଜିଦ୍ କରିଥିଲେ। ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ଅପର୍ଣ୍ଣା ତୁରନ୍ତ ଏଥିରେ ସମ୍ମତି ଦେଇଥିଲେ।

ମଙ୍ଗଳବାର ଅପର୍ଣ୍ଣା ନିଜ ଝିଅ ପଦ୍ମଜାଙ୍କ ସହ ଲକ୍ଷ୍ନୌ ଚିଡ଼ିଆଖାନାରେ ପହଞ୍ଚିଥିଲେ। ଚିଡ଼ିଆଖାନା କର୍ମଚାରୀ ଓ ପର୍ଯ୍ୟଟକଙ୍କ ଗହଣରେ ସେଠାରେ ପଦ୍ମଜାଙ୍କ ଜନ୍ମଦିନର କେକ୍ କଟାଯାଇଥିଲା। ଏହି ଅବସରରେ ସୁଜାତାକୁ ଆନୁଷ୍ଠାନିକ ଭାବେ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ଅପର୍ଣ୍ଣାଙ୍କ ଝିଅମାନେ ନିଜ ପିତାଙ୍କ ସ୍ମୃତିରେ କୌଣସି ବନ୍ୟଜୀବର ଦେଖାଶୁଣାରେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ଇଚ୍ଛା ହିଁ ସୁଜାତାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପଛରେ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ବିଶେଷଜ୍ଞଙ୍କ ଅନୁସାରେ, ଜିରାଫ ଭଳି ବିଶାଳକାୟ ବନ୍ୟଜୀବର ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ ନେବା ଏକ ଆହ୍ୱାନପୂର୍ଣ୍ଣ କାମ। ଜିରାଫର ଶାରୀରିକ ଗଠନ ଅନ୍ୟ ପ୍ରାଣୀଙ୍କଠାରୁ ଭିନ୍ନ ହୋଇଥିବାରୁ ଏହାର ଖାଦ୍ୟପେୟକୁ ଅତ୍ୟନ୍ତ ସନ୍ତୁଳିତ ରଖାଯାଏ। ଋତୁ ଓ ପାଣିପାଗ ଅନୁସାରେ ମଧ୍ୟ ଏହାର ଡାଏଟ୍‌ରେ ପରିବର୍ତ୍ତନ କରାଯାଏ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button