ମନୋରଞ୍ଜନ

High Court: ତବୁଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ତବୁଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ ପୋଷ୍ଟ୍‌କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ତବୁଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ ପୋଷ୍ଟ୍‌କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଦ୍ବାରା ପ୍ରସ୍ତୁତ କରାଯାଇ ତବୁଙ୍କ ସମ୍ପର୍କିତ କିଛି ଲେଖା ଓ ଫଟୋ ଇତ୍ୟାଦି କିଛିଦିନ ହେଲା ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ବେଳେ ସେ ଏହା ବିରୋଧରେ ତାଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାେର କୋର୍ଟ ତବୁଙ୍କ ସପକ୍ଷରେ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ ତାଙ୍କ ସହ ଜଡ଼ିତ ଅଶ୍ଳୀଳ ଓ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ସୋସିଆଲ୍‌ ମିଡିଆ ଓ ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ତବୁଙ୍କ ସମ୍ପର୍କିତ ବିଷୟବସ୍ତୁ, ପୋଷ୍ଟ ତଥା ଲିଙ୍କ୍‌ଗୁଡ଼ିକୁ ହଟାଇବା ପାଇଁ କୋର୍ଟ କହିଛନ୍ତି। ତବୁ ତାଙ୍କ ସମ୍ମାନ ଓ ପ୍ରତିଷ୍ଠା ପାଇଁ କ୍ଷତିକାରକ ଦର୍ଶାଇ ଏଭଳି ପୋଷ୍ଟ, ଲିଙ୍କ୍‌ ଓ ବିଷୟବସ୍ତୁ ଉପରେ ଆପତ୍ତି ଉଠାଇ ତାଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଥିଲେ। ବିଚାରପତି ଜ୍ୟୋତି ସିଂହଙ୍କ ଏକକ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ନିଜ ଆବେଦନରେ ତବୁ ଦର୍ଶାଇଥିଲେ ଯେ, କେତେକ ସାମାଜିକ ଗଣମାଧ୍ୟମ ଓ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟ ବ୍ୟବହାର କରି ମାନହାନିମୂଳକ, ଆପତ୍ତିଜନକ ଓ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରାଯାଉଛି, ଯେଉଁଗୁଡ଼ିକ ତାଙ୍କ ସାର୍ବଜନୀନ ଛବି, ମର୍ଯ୍ୟାଦା ତଥା ଗୋପନୀୟତାକୁ ପ୍ରଭାବିତ କରୁଛି। ଏଥିରେ ସେ ଆପତ୍ତିଜନକ ପୋଷ୍ଟ ଓ ଅନ୍‌ଲାଇନ୍‌ ଲିଙ୍କ୍‌ଗୁଡ଼ିକ ମଧ୍ୟ ଉଲ୍ଲେଖ କରିଥିଲେ। ମୁଖ୍ୟତଃ ଅଭିନେତ୍ରୀମାନେ ଏଆଇ ଅପବ୍ୟବହାରର ଶିକାର ହେଉଥିବାରୁ ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଅନ୍ୟ ସେଲିବ୍ରିଟିମାନଙ୍କୁ ମଧ୍ୟ ନିଶ୍ଚୟ କିଛିଟା ଆଶ୍ବସ୍ତି ପ୍ରଦାନ କରିବ ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button