ରାଜ୍ୟ
IAS officer: ୭ ଆଇଏଏସ୍ ଅଧିକାରୀଙ୍କ ବଦଳି: ସଂଗ୍ରାମ ମହାପାତ୍ର ଉତ୍ତରାଞ୍ଚଳ, କୁଲାଙ୍ଗେ ଦକ୍ଷିଣାଞ୍ଚଳ ଆର୍ଡିସି
ରାଜ୍ୟ ସରକାର ଆଜି ସାତ ଜଣ ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ବରେ ଅଦଳବଦଳ କରିଛନ୍ତି। ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି।

ଭୁବନେଶ୍ବର: ରାଜ୍ୟ ସରକାର ଆଜି ସାତ ଜଣ ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ବରେ ଅଦଳବଦଳ କରିଛନ୍ତି। ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏହାର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଶ୍ରୀ ମହାପାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି।
ସୌଜନ୍ୟ ସମ୍ବାଦ




