
ମୁମ୍ବାଇ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସ ସହିତ ସମୁଦାୟ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି। ୨୦୨୪-୨୫ ଆର୍ଥିକବର୍ଷ ତୁଳନାରେ ବ୍ୟାଙ୍କ ଉତ୍ତମ ପ୍ରଦର୍ଶନ କରିଛି। ବ୍ୟାଙ୍କର ମୋଟ ବ୍ୟବସାୟ ଗତ ମାର୍ଚ୍ଚ ୩୧ ସୁଦ୍ଧା ୩୦ ଲକ୍ଷ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ କରିଛି।
୨୦୨୪-୨୫ ଆର୍ଥିକବର୍ଷର ଶେଷ ତ୍ରୟମାସରେ ବ୍ୟାଙ୍କର ମୋଟ ଏନ୍ପିଏ ୨.୨୬ ପ୍ରତିଶତ ଥିବାବେଳେ ୨୦୨୫-୨୬ର ଶେଷ ତ୍ରୟମାସରେ ଏହା ୧.୮୯ ପ୍ରତିଶତ ରହିଛି। ନିଟ୍ ଏନ୍ପିଏ ୦.୪୫ ପ୍ରତିଶତ ସ୍ତରକୁ ହ୍ରାସ ପାଇଛି। ଦେଶ ଭିତରେ ବ୍ୟାଙ୍କର ମୋଟ ଅଗ୍ରିମ ୧୧,୬୯,୪୫୮ କୋଟି ଟଙ୍କାରେ ରହିଥିବାବେଳେ ଜମାରାଶି ୧୪,୦୧,୨୯୦ କୋଟି ଟଙ୍କା ସ୍ତରରେ ରହିଛି। ୨୦୨୪-୨୫ ଆର୍ଥିକବର୍ଷର ଶେଷ ତ୍ରୟମାସ ତୁଳନାରେ ଏହା ଯଥାକ୍ରମେ ୧୪.୫ ପ୍ରତିଶତ ଏବଂ ୧୨.୮ ପ୍ରତିଶତ ଅଧିକ। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ଅଫ୍ ବରୋଦାର ଦେଶରେ ୮୬୪୮ଟି ଶାଖା ଏବଂ ୧୧୫୯୭ଟି ଏଟିଏମ୍ ଓ କ୍ୟାସ ରିସାଇକ୍ଲର ରହିଛି।
ସୌଜନ୍ୟ ସମ୍ବାଦ




