ଖେଳ
Indian Davis Cup team: ଭାରତୀୟ ଡେଭିସ୍ କପ୍ ଦଳରେ ମାନସ ନୂଆମୁହଁ
ଦକ୍ଷିଣ କୋରିଆ ବିପକ୍ଷ ଡେଭିସ୍ କପ୍ କ୍ବାଲିଫାୟର୍ସ-୨ ମ୍ୟାଚ୍ ଲାଗି ସୋମବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ପ୍ରଥମ ଥର ମାନସ ଧାମ୍ନେଙ୍କୁ ସ୍ଥାନ ମିଳିଛି।

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷ ଡେଭିସ୍ କପ୍ କ୍ବାଲିଫାୟର୍ସ-୨ ମ୍ୟାଚ୍ ଲାଗି ସୋମବାର ଭାରତୀୟ ଦଳଘୋଷିତ ହୋଇଛି। ଏହି ଦଳରେ ପ୍ରଥମ ଥର ମାନସ ଧାମ୍ନେଙ୍କୁ ସ୍ଥାନ ମିଳିଛି। ୧୮ ବର୍ଷୀୟ ଧାମ୍ନେଙ୍କ ସହ ଏହି ୫ ଜଣିଆ ଦଳରେ ସୁମିତ ନଗଲ, ଦକ୍ଷିଣେଶ୍ବର ସୁରେଶ, ୟୁକି ଭାମ୍ବ୍ରି ଓ ଏନ୍ ଶ୍ରୀରାମ ବାଲାଜୀ ରହିଛନ୍ତି। ଏହି ମ୍ୟାଚ୍ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ସଓଲର ଅଲିମ୍ପିକ୍ସ ଟେନିସ୍ ସେଣ୍ଟର ହାର୍ଡ କୋର୍ଟରେ ଖେଳାଯିବ। ବିଶ୍ବର ୨୩୫ ନମ୍ବର ସୁମିତ ଓ ୩୯୩ ନମ୍ବର ଦକ୍ଷିଣେଶ୍ବରଙ୍କ ପରେ ୩୬୨ ନମ୍ବର ଧାମ୍ନେଙ୍କୁ ଅଧିନାୟକ ରୋହତି ରାଜପାଲ୍ ତୃତୀୟ ଏକକ ବିକଳ୍ପ ଭାବେ ରଖିଛନ୍ତି। କନିଷ୍ଠ ଗ୍ରାଣ୍ଡ ସ୍ଲାମ୍ରେ ଭାଗ ନେଇଥିବା ଯୁବ ତାରକା ଅର୍ଣ୍ଣବ ପାପରକର ଓ ସିର୍ଦ୍ଧାର୍ଥ ରାୱତ (ବିଶ୍ବର ୫୩୬ ନଂ) ରିଜର୍ଭ ଖେଳାଳି ଭାବେ ଦଳରେ ରହିଛନ୍ତି।
ସୌଜନ୍ୟ ସମ୍ବାଦ




