IndianShips: ଦୁଇ ଭାରତୀୟ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହେଲେ: ଟ୍ରାନ୍ସପଣ୍ଡର୍ ବନ୍ଦ କରି ଖସି ଆସିଲେ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଗତ ୨୪ ଘଣ୍ଟାରେ ଦୁଇଟି ଭାରତୀୟ ଜାହାଜ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ପାର କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଯଦିଓ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୌଣସି ସକ୍ରିୟ ଶତ୍ରୁତା ନାହିଁ, ତଥାପି ହର୍ମୁଜ୍‌ରେ ଉତ୍ତେଜନା ବୃଦ୍ଧି ପାଇଛି।

ଉଭୟ ଜାହାଜ ଭାରତକୁ ଆସୁଛନ୍ତି। ରିପୋର୍ଟ ଅନୁସାରେ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରୁୱାଇସ୍ ରିଫାଇନାରୀରୁ ଏଲ୍‌ପିଜି ଲୋଡ୍ ହୋଇଥିବା ଭିଏତନାମ ପତାକା ଲାଗିଥିବା ଏନ୍‌ଭି ସନସାଇନ୍ ଜାହାଜକୁ ଶେଷ ଥର ପାଇଁ ଭାରତର ମାଙ୍ଗାଲୋର ଅଭିମୁଖେ ଆସୁଥିବା ଦେଖାଯାଇଥିଲା। ଏହା ମାଙ୍ଗାଲୋରରେ ମେ’ ୧୮ରେ ପହଞ୍ଚିବାର ଆଶା ରହିଛି। ସେହିପରି ମାର୍ଶଲ ଆଇଲାଣ୍ଡ ପତାକା ଲାଗିଥିବା ସିମି କାତାରର ରାସ୍ ଲାଫାନ୍ ବନ୍ଦରରୁ ଗୁଜରାଟର କାଣ୍ଡଲାକୁ ଆସୁଛି।

 

 

 

ସୌଜନ୍ୟ ସମ୍ବାଦ