ରାଜ୍ୟ
BJD Alleges on Student Union ବିଜେପି ପ୍ରାର୍ଥୀକୁ ସମର୍ଥନ ପାଇଁ କୁଳପତି ଓ ଅଧ୍ୟକ୍ଷଙ୍କୁ ଫୋନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ: ବିଜେଡି
ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଚାପ ପକାଉଥିବା ବିଜେଡି ଅଭିଯୋଗ କରିଛି।

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗୋଦୋହ କମିସନଙ୍କ ନିୟମକୁ ଉଲ୍ଲଙ୍ଘନ କରାଯାଉଛି । କ୍ୟାମ୍ପସ ରାଜନୀତିରେ ବିଜେପି ନେତା ହସ୍ତକ୍ଷେପ କରୁଛନ୍ତି । ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ଏବଂ ବିଜେପି ପ୍ରାର୍ଥୀକୁ ସମର୍ଥନ ପାଇଁ କୁଳପତି ଓ ଅଧ୍ୟକ୍ଷଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଚାପ ପକାଉଛନ୍ତି ବୋଲି ବିଜୁ ଜନତା ଦଳ (ବିଜେଡି) ଅଭିଯୋଗ କରିଛି।
ଆଜି (ଗୁରୁବାର) ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଧାୟକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ସୌଜନ୍ୟ ସମ୍ବାଦ




