ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଓ ଅନୁଗାମୀଙ୍କ ସଂଖ୍ୟା ସଫଳତାର ମାନଦଣ୍ଡ ବୋଲି ଅନେକ ଲୋକ ଭାବି ନେଉଛନ୍ତି। ଏହି ସଂଖ୍ୟା ବଢ଼ାଇବା ପାଇଁ ଇନ୍ଫ୍ଲୁଏନ୍ସର୍ମାନେ ଜାଣିବୁଝି ବିବାଦରେ ପଡ଼ିବାରୁ ଆରମ୍ଭ କରି ଅନୈତିକ କାମରେ ଲିପ୍ତ ହେଉଥିବାର ଅନେକ ଉଦାହରଣ ଅଛି। ତେବେ ନିଜ ଅନୁଗାମୀ ସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ଜଣେ ବ୍ରାଜିଲିଆନ୍ ମହିଳା ଏଥିପାଇଁ ସବୁ ସୀମା ଟପିଯାଇଛନ୍ତି।
ଗତ ବର୍ଷ ଏପ୍ରିଲ୍ରେ ମନିକି ଫ୍ରାଗା ନାମ୍ନୀ ୨୭ ବର୍ଷୀୟ ମହିଳା ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଅତି ଚାଞ୍ଚଲ୍ୟକର ଢଙ୍ଗରେ ପ୍ରକାଶ କରିଥିଲେ ଯେ ସେ ଓ ତାଙ୍କ ସ୍ବାମୀଙ୍କୁ ତିନିଜଣ ବନ୍ଧୁକଧାରୀ ବ୍ୟକ୍ତି ଅପହରଣ କରି ଜଙ୍ଗଲ ଭିତରେ ବନ୍ଧକ ରଖିଥିଲେ। ତାଙ୍କ ସ୍ବାମୀକୁ ସେମାନେ ମାଡ଼ ମାରିବା ସହ ସେମାନଙ୍କ ପାଖରୁ ସବୁତକ ଜିନିଷ ଛଡ଼ାଇ ନେଇଥିଲେ। ଅପହରଣକାରୀଙ୍କ ଦାବି ଅନୁସାରେ ଟଙ୍କା ଦେବା ପରେ ଯାଇ ସେମାନେ ମୁକୁଳିଥିଲେ। ଏ ଘଟଣାବଳୀ ପ୍ରଘଟ କରିବା ପରେ ମନିକିଙ୍କ ପ୍ରତି ସମବେଦନାର ସୁଅ ଛୁଟିଥିଲା ଏବଂ ତାଙ୍କ ଅନୁଗାମୀ ସଂଖ୍ୟା ମଧ୍ୟ ବଢ଼ିଯାଇଥିଲା।
ସୌଜନ୍ୟ ସମ୍ବାଦ
