ରାଜ୍ୟ

Landslides: ଜିଲ୍ଲାପାଳ, ଉପଜିଲ୍ଲାପାଳ ଆସିବାର କିଛି କ୍ଷଣ ପରେ ପାହାଡ଼ରୁ ମାଡ଼ି ଆସିଲା ପଥର

ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଘନଉଛି ବିପଦ। ସକାଳେ ଘାଟିର ଅନ୍ଧାରିକୋଟ ନିକଟ ଗାର୍ଡ ୱାଲ୍ ଧସିଥିବା ବେଳେ ଅପରାହ୍ନରେ ଘାଟି ତଳ ଭାଗରେ ଗତବର୍ଷ ହୋଇଥିବା ଭୂସ୍ଖଳନ ସ୍ଥାନରେ...

ଭଞ୍ଜନଗର (ବିଶ୍ବମ୍ବର ଜେନା): ପ୍ରବଳ ବର୍ଷା ପାଇଁ ଗଞ୍ଜାମ ଏବଂ କନ୍ଧମାଳଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଘନଉଛି ବିପଦ। ସକାଳେ ଘାଟିର ଅନ୍ଧାରିକୋଟ ନିକଟ ଗାର୍ଡ ୱାଲ୍ ଧସିଥିବା ବେଳେ ଅପରାହ୍ନରେ ଘାଟି ତଳ ଭାଗରେ ଗତବର୍ଷ ହୋଇଥିବା ଭୂସ୍ଖଳନ ସ୍ଥାନରେ ଏକ ବିରାଟ ବଡ଼ ପଥର ଖସିଛି। ଆଉ ପଥର ଖସି ପୁରା ରାସ୍ତା ବନ୍ଦ କରିଦେଇଛି। ଉପରୁ ପଥରଟି ଖସି ଆସିବା ସହ ଭୂସ୍ଖଳନ ପରେ ନିର୍ମିତ ହୋଇଥିବା ସଂକୀର୍ଣ୍ଣ ରାସ୍ତା ଉପରେ ପଡ଼ି ରହିଛି। ଫଳରେ ଏହି ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ସ୍ଥାନ ଠାରୁ ଉପରେ ହୋଇଥିବା ଗାର୍ଡ ୱାଲ୍ ଧସେଇବା ସ୍ଥଳର ସ୍ଥିତି ଅନୁଧ୍ୟାନ କରିବାକୁ ଅପରାହ୍ନରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଆଇଏସ୍ ଯଶକରଣ ସିଂ(ପ୍ରୋବେଶନ), ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଡେପୁଟି ସବ୍ କଲେକ୍ଟର ପ୍ରଧାନ ଟୁଲିଆମା, ଏସଡିପିଓ ଡ.ଦୀପକ କୁମାର ମିଶ୍ର, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ପ୍ରମୁଖ ଅନ୍ୟ ସରକାରୀ ଅଧିକାରୀଙ୍କ ସହ କଳିଙ୍ଗା ଘାଟିକୁ ଅନୁଧ୍ୟାନ କରିବାକୁ ଯାଇଥିଲେ। ସ୍ଥିତି ଦେଖିବା ସହ ମାଟି ଧସିଥିବା ସ୍ଥାନରୁ କିଛି ଦୂର ତଳକୁ ଗତବର୍ଷ ହୋଇଥିବା ଭୂସ୍ଖଳନ ସ୍ଥାନକୁ ମଧ୍ୟ ଯାଇଥିଲେ ସେଠାରେ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଲଟକି ରହିଥିବା ପଥର ସହ ପ୍ରଚୁର ମାତ୍ରାରେ ପାଣି ପାହାଡ ଉପରୁ ଆସୁଥିବା ଦେଖିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button