ବିଶେଷ

Life Mantra: ଜୀବନ-ମନ୍ତ୍ର: ଶ୍ରଦ୍ଧା ଓ ବ୍ରହ୍ମପ୍ରାପ୍ତି ଶ୍ରାଦ୍ଧବୃକ୍ଷର ପୁଷ୍ପ ଓ ଫଳ

ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣ ମଧ୍ୟରୁ ‘ମତ୍ସ୍ୟପୁରାଣ’ ଅନ୍ୟତମ। ଏହା ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାରଙ୍କ ନାମରେ ନାମିତ। ଏହାକୁ ଲୋକବିଦ୍ୟାର ବିଶ୍ବକୋଷ କୁହାଯାଏ।

ଶ୍ରଦ୍ଧାପୁଷ୍ପମିଜଂ ପ୍ରୋକ୍ତଂ ଫଲଂ ବ୍ରହ୍ମସମାଗମଃ।
ଆୟୁଃ ପୁତ୍ରାନ୍ ଧନଂ ବିଦ୍ୟାଂ ସ୍ବର୍ଗଂ ମୋକ୍ଷଂ ସୁଖାନି ଚ।।
– ମତ୍ସ୍ୟପୁରାଣ, ୯/୧୧

ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣ ମଧ୍ୟରୁ ‘ମତ୍ସ୍ୟପୁରାଣ’ ଅନ୍ୟତମ। ଏହା ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାରଙ୍କ ନାମରେ ନାମିତ। ଏହାକୁ ଲୋକବିଦ୍ୟାର ବିଶ୍ବକୋଷ କୁହାଯାଏ। ଏ ଦୃଷ୍ଟିରୁ ଏହା ଜ୍ଞାନର ଏକ ଗନ୍ତାଘର। ‘ମତ୍ସ୍ୟପୁରାଣ’ର ଏକାଧିକ ଅଧ୍ୟାୟରେ ଶ୍ରାଦ୍ଧ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ସେଥିମଧ୍ୟରୁ ନବମ ଅଧ୍ୟାୟ ଅନ୍ୟତମ। ତାହାର ଉପରୋକ୍ତ ଶ୍ଳୋକରେ ଶ୍ରାଦ୍ଧର ଫଳ ଓ ଶ୍ରଦ୍ଧାର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଆଶ୍ବିନ କୃଷ୍ଣ ପ୍ରତିପଦ ଠାରୁ ଆଶ୍ବିନ ଅମାବାସ୍ୟା (ମହାଳୟା ଅମାବାସ୍ୟା) ପର୍ଯ୍ୟନ୍ତ ଚାଲିଥିବା ‘ପିତୃପକ୍ଷ’ ପରିପ୍ରେକ୍ଷୀରେ ଏହା ବିଶେଷ ମହତ୍ତ୍ବପୂର୍ଣ୍ଣ ବିବେଚିତ ହୁଏ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button