Maoist Papa Rao Killed ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ମାଓ ନେତା ପାପା ରାଓ ନିହତ ନେଇ ସୂଚନା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ନିହତ ନକ୍ସଲଙ୍କ ମଧ୍ୟରେ ମାଓ ନେତା ପାପା ରାଓ ରହିଥିବା ଜଣାପଡିଛି। ତେବେ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ। ଯବାନ ଫେରିବା ପରେ ହିଁ ସ୍ପଷ୍ଟ ଜଣାପଡିବ ବୋଲି କହିଛି।

ଦୀର୍ଘ ସମୟ ଧରି ଗୁଳିବିନିମୟ

ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଦିଆରଜି ଯବାନ ଜାତୀୟ ଉଦ୍ୟାନରେ ଚଢ଼ାଉ କରିଥିଲେ। ଆଜି ସକାଳେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇ ଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା।

ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳେ ଯବାନ ୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହ ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି। ସନ୍ଧ୍ୟାରେ ସବିଶେଷ ବିବରଣୀ ମିଳିବ ବୋଲି ପୁଲିସ କହିଛି।

ସୌଜନ୍ୟ ସମ୍ବାଦ