ରାଜ୍ୟ

Mayurbhanj: ମୟୂରଭଞ୍ଜର ୨୦୧ ଗାଁକୁ ରାସ୍ତା ନାହିଁ: ଦୁର୍ଗମ ଅଞ୍ଚଳବାସୀଙ୍କ ସାହାରା ‘ବାଇକ୍‌ ଆମ୍ବୁଲାନ୍ସ’

ଗାଁକୁ ରାସ୍ତା ନାହିଁ, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଭରସା ସାଜିଛି ବାଇକ୍‌ ଆମ୍ବୁଲାନ୍ସ। ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ୨୦୧ଟି ଗାଁକୁ ଏବେ ବି ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହି ସେବା ସଞ୍ଜୀବନୀ ପାଲଟିଛି।

ବାରିପଦା (ବଟକୃଷ୍ଣ ବିହାରୀ): ଗାଁକୁ ରାସ୍ତା ନାହିଁ, ପହଞ୍ଚିପାରୁନି ଆମ୍ବୁଲାନ୍ସ। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଭରସା ସାଜିଛି ବାଇକ୍‌ ଆମ୍ବୁଲାନ୍ସ। ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ୨୦୧ଟି ଗାଁକୁ ଏବେ ବି ରାସ୍ତା ନଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହି ସେବା ସଞ୍ଜୀବନୀ ପାଲଟିଛି। ୨୦୨୧ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୬ ହଜାରରୁ ଅଧିକ ରୋଗୀ ଏହି ସେବା ଦ୍ୱାରା ଉପକୃତ ହୋଇଥିବା ବେଳେ ଏବେ ବି ଅନେକ ଗାଁକୁ ସାଧାରଣ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳକୁ ରାସ୍ତା ସଂଯୋଗୀକରଣ ସହ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଜରୁରି ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ୨୦୧ଟି ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ରୋଗୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାରେ ବାଇକ୍‌ ଆମ୍ବୁଲାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ପରିଚାଳିତ ଏହି ସେବା ମାଧ୍ୟମରେ ୨୦୨୧ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୬ ହଜାରରୁ ଅଧିକ ରୋଗୀ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ପାଇଛନ୍ତି। ବରିଷ୍ଠ ନାଗରିକ, ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସହ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି। ଆଶାକର୍ମୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଫୋନ୍‌ କଲ୍‌ ପାଇବା ପରେ ବାଇକ୍‌ ଆମ୍ବୁଲାନ୍ସ ରୋଗୀଙ୍କ ଘରେ ପହଞ୍ଚିଥାଏ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button